ଭାଗିରଥୀ ସେଠୀଙ୍କ ଘରବାହୁଡା, ଇସ୍ତଫା ପ୍ରତ୍ୟାହାର କଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର ୨୦/୦୯: ବିଜେଡିକୁ ଫେରିଲେ ଆନନ୍ଦପୁର ପୂର୍ବତନ ବିଜେଡି ବିଧାୟକ ଭାଗିରଥି ସେଠୀ । ୩୦ଏପ୍ରିଲରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭାଗିରଥୀ । ଏବେ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି ସେ । ଗତ କିଛି ଦିନ ତଳେ ଅର୍ଥାତ୍ ଏପ୍ରିଲ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଶ୍ରୀ ସେଠୀ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ । କିନ୍ତୁ ସେ କେଉଁ କାରଣ ପାଇଁ ଇସ୍ତଫା ଦେଇଥିଲେ ତାହା ଜଣାପଡ଼ିନଥିଲା । ଏବେ କିଛି ଦିନ ପରେ ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି । ଭାଗିରଥୀ ସେଠୀ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୪ରେ ତାଙ୍କ ଟିକଟ କାଟିଦେଇଥିଲା ବିଜେଡି। ତାଙ୍କ ସ୍ଥାନରେ ମାୟାଧର ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଯେଉଁଥିପାଇଁ ସେ ବିଜେଡି ଛାଡ଼ିଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ତାଙ୍କର ବିଜୟ ସମ୍ଭାବନା ଅଧିକ ଥିବା ଜାଣିପାରି ବିଜେଡି ତାଙ୍କୁ ଦଳରେ ମିଶାଇବାକୁ ଖୋଲା ଅଫର ଦେଇଥିଲା । ଆଉ ତା’ପରେ ଶ୍ରୀ ସେଠୀ ବିଜେପି ଟିକେଟ ଫେରାଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ । ଏଥର ସେ ପ୍ରାର୍ଥୀ ହେବେ ବୋଲି ବହୁ

ଭାଗିରଥୀ ସେଠୀଙ୍କ ଘରବାହୁଡା, ଇସ୍ତଫା ପ୍ରତ୍ୟାହାର କଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର ୨୦/୦୯: ବିଜେଡିକୁ ଫେରିଲେ ଆନନ୍ଦପୁର ପୂର୍ବତନ ବିଜେଡି ବିଧାୟକ ଭାଗିରଥି ସେଠୀ । ୩୦ଏପ୍ରିଲରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭାଗିରଥୀ । ଏବେ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି ସେ । 

ଗତ କିଛି ଦିନ ତଳେ ଅର୍ଥାତ୍ ଏପ୍ରିଲ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଶ୍ରୀ ସେଠୀ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ । କିନ୍ତୁ ସେ କେଉଁ କାରଣ ପାଇଁ ଇସ୍ତଫା ଦେଇଥିଲେ ତାହା ଜଣାପଡ଼ିନଥିଲା । ଏବେ କିଛି ଦିନ ପରେ ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି । 

ଭାଗିରଥୀ ସେଠୀ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ଆଉ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୪ରେ ତାଙ୍କ ଟିକଟ କାଟିଦେଇଥିଲା ବିଜେଡି। ତାଙ୍କ ସ୍ଥାନରେ ମାୟାଧର ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଯେଉଁଥିପାଇଁ ସେ ବିଜେଡି ଛାଡ଼ିଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ସେଠୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ତାଙ୍କର ବିଜୟ ସମ୍ଭାବନା ଅଧିକ ଥିବା ଜାଣିପାରି ବିଜେଡି ତାଙ୍କୁ ଦଳରେ ମିଶାଇବାକୁ ଖୋଲା ଅଫର ଦେଇଥିଲା । 

ଆଉ ତା’ପରେ ଶ୍ରୀ ସେଠୀ ବିଜେପି ଟିକେଟ ଫେରାଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ । ଏଥର ସେ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ହେଲେ ଦଳ ତାଙ୍କୁ ନିରାଶ କରିଥିଲା। ତାଙ୍କ ସ୍ଥାନରେ ଅଭିମନ୍ୟୁ ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।