ଭାଙ୍ଗିଗଲା ନିର୍ବନ୍ଧ; ଘରେ ପଶି ଯୁବତୀଙ୍କୁ ଉଠାଇନେଲେ ଯୁବକ

ସରିଥିଲା ନିର୍ବନ୍ଧ । ଆଉ କିଛି ଦିନ ପରେ ହୋଇଥିବା ବିବାହ। ମାତ୍ର ସବୁ ଓଲଟପାଲଟ ହୋଇଗଲା ଓ ଭାଙ୍ଗିଗଲା ବିବାହ। ମାତ୍ର ଏହାକୁ ସହି ନ ପରି ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଉଠିଲେ। ଆଉ ଘର ଭିତରେ ପଶି ଯୁବତୀଙ୍କୁ ଉଠାଇ ଆଣିଲେ।

ଭାଙ୍ଗିଗଲା ନିର୍ବନ୍ଧ; ଘରେ ପଶି ଯୁବତୀଙ୍କୁ ଉଠାଇନେଲେ ଯୁବକ

ସରିଥିଲା ନିର୍ବନ୍ଧ । ଆଉ କିଛି ଦିନ ପରେ ହୋଇଥାନ୍ତା ବିବାହ। ମାତ୍ର ସବୁ ଓଲଟପାଲଟ ହୋଇଗଲା ଓ ଭାଙ୍ଗିଗଲା ବିବାହ। ମାତ୍ର ଏହାକୁ ସହି ନ ପରି ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଉଠିଲେ। ଆଉ ଘର ଭିତରେ ପଶି ଯୁବତୀଙ୍କୁ ଉଠାଇ ଆଣିଲେ।

ଏପରି ଏକ ଘଟଣା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି। ଏହି ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଇମରାନଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ଖୋଜୁଛି ପୁଲିସ୍‌।

ପୁଲିସ୍‌ ସୂଚନା ଅନୁଯାୟୀ, ୩ ମାସ ପୂର୍ବେ ଇମ୍ରାନଙ୍କର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ନିର୍ବନ୍ଧ ହୋଇଥିଲା। ଇମ୍ରାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ଥିବା ଖବର ପାଇ ଯୁବତୀଙ୍କ ପରିବାର ଲୋକେ ବିବାହକୁ ଭାଙ୍ଗି ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଇମ୍ରାନ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ। ନିଜର କିଛି ସହଯୋଗୀଙ୍କ ସହ ଏକ ଅଟୋରେ ଯୁବତୀଙ୍କ ଘରକୁ ଯାଇଥିଲେ। ସାଙ୍ଗମାନେ ବାହାରେ ଥିବା ବେଳେ ଇମ୍ରାନ ଭିତରକୁ ଯାଇ ଯୁବତୀଙ୍କୁ ଉଠାଇ ଆଣିଥିଲେ।  ଅଟୋରେ ତାଙ୍କୁ ଧରି ସମସ୍ତେ ଫେରାର ହୋଇ ଯାଇଥିଲେ।

ଝିଅ ଅପହରଣ ନେଇ ପରିବାର ଲୋକେ ଥାନାରେ ଇମ୍ରାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜୁଛି।