ଭାଜପା ସଦସ୍ୟ ହେଲେ ମମିତା ମେହେରଙ୍କ ମା’ବାପା

କଣ୍ଟାବାଞ୍ଜି,୧୦ା୧୦(ଗୁରୁ ଦୟାଲ ହଂସ):ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବୁଧବାର ମମିତାଙ୍କ ମା’ବାପା ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ତୁରେକେଲା ବ୍ଲକ ଝରଣି ଗ୍ରାମ ପଞ୍ଚାୟତର ସଦର ଗ୍ରାମରେ ଭାଜପାର ସଦସ୍ୟତା ଅଭିଯାନ ବୁଧବାର ଦିନ ଆରମ୍ଭ ହୋଇଛି। ଏହି ଅବସରରେ ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ଭାଜପାର ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ଉପସ୍ଥିତିରେ ସଦର ଗାଁର ଶତାଧିକ ମହିଳା […] The post ଭାଜପା ସଦସ୍ୟ ହେଲେ ମମିତା ମେହେରଙ୍କ ମା’ବାପା appeared first on Dharitri Odia News.

ଭାଜପା ସଦସ୍ୟ ହେଲେ ମମିତା ମେହେରଙ୍କ ମା’ବାପା

କଣ୍ଟାବାଞ୍ଜି,୧୦ା୧୦(ଗୁରୁ ଦୟାଲ ହଂସ):ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବୁଧବାର ମମିତାଙ୍କ ମା’ବାପା ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ତୁରେକେଲା ବ୍ଲକ ଝରଣି ଗ୍ରାମ ପଞ୍ଚାୟତର ସଦର ଗ୍ରାମରେ ଭାଜପାର ସଦସ୍ୟତା ଅଭିଯାନ ବୁଧବାର ଦିନ ଆରମ୍ଭ ହୋଇଛି। ଏହି ଅବସରରେ ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ଭାଜପାର ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ଉପସ୍ଥିତିରେ ସଦର ଗାଁର ଶତାଧିକ ମହିଳା ଓ ଯୁବକ ଭାଜପାର ସଦସ୍ୟତା ଗ୍ରହଣ କରିଥିଲେ। ଏହାଛଡା ଝରଣି ଓ ତେନ୍ତୁଲିଖୁଣ୍ଟି ଗ୍ରାମର ମୁସଲମାନ ସମ୍ପ୍ରଦାୟର ମହିଳା ପୁରୁଷ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲା ସଭାପତି ଅହମ୍ମଦ ତୁଲ୍ଲା ଖାନ ମଧ୍ୟ ଉପସ୍ଥିତ ଥିଲେ।

The post ଭାଜପା ସଦସ୍ୟ ହେଲେ ମମିତା ମେହେରଙ୍କ ମା’ବାପା appeared first on Dharitri Odia News.