‘ଭାଜପା ସରକାର ଚଳାଇବାରେ ଅକ୍ଷମ’
ଭୁବନେଶ୍ୱର, ୨୩।୭: ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖାଯାଇଛି। ତେବେ ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି କହିଛନ୍ତି। ଅରୁଣ କହିଛନ୍ତି, ଭାଜପା ନୂଆ କରି ସରକାରୀ ଦଳକୁ ଆସିଛି। ଏଣୁ ଠିକ୍ ଭାବେ ନିୟମ ଏବଂ ପ୍ରଣାଳୀ ଜାଣି ନାହାନ୍ତି, ଭଲ […] The post ‘ଭାଜପା ସରକାର ଚଳାଇବାରେ ଅକ୍ଷମ’ appeared first on Dharitri Odia News.
ଭୁବନେଶ୍ୱର, ୨୩।୭: ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖାଯାଇଛି। ତେବେ ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି କହିଛନ୍ତି।
ଅରୁଣ କହିଛନ୍ତି, ଭାଜପା ନୂଆ କରି ସରକାରୀ ଦଳକୁ ଆସିଛି। ଏଣୁ ଠିକ୍ ଭାବେ ନିୟମ ଏବଂ ପ୍ରଣାଳୀ ଜାଣି ନାହାନ୍ତି, ଭଲ ଭାବେ ପଢ଼ନ୍ତୁ। ସରକାରୀ ଦଳର କାମ ହେଉଛି ବିଧାନସଭା ସୁରୁଖୁରୁରେ ଚଳାଇବା। ଏଥିଲାଗି ପ୍ରଥମେ ବ୍ୟବସାୟ ପରାମର୍ଶଦାତା କମିଟି ଗଠନ କରିବା କଥା। ତାହା ଗତକାଲିଠାରୁ ହୋଇ ନ ପାରିବା ଦୁଃଖ ଓ ପରିତାପର ବିଷୟ। କହିବାକୁ ଗଲେ ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି ସେ କହିଛନ୍ତି।
ପ୍ରକାଶ ଯେ,ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟପାଳଙ୍କ ପୁଅଙ୍କ ପ୍ରତି ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛି।
The post ‘ଭାଜପା ସରକାର ଚଳାଇବାରେ ଅକ୍ଷମ’ appeared first on Dharitri Odia News.