ସବୁଠୁ ଉଚ୍ଚରେ ଥିବା ଏଟିଏମ୍
ଇସଲାମାବାଦ୍: ଯେତେବେଳେ ପଡ଼ୋଶୀ ଦେଶ ପାକିସ୍ତାନର କଥା ଉଠେ, ସେତେବେଳେ ସେଠାରେ ଚାଲୁଥିବା ରାଜନୀତି, ଆତଙ୍କବାଦୀଙ୍କୁ ନେଇ ଚର୍ଚ୍ଚା ହୁଏ। ହେଲେ ବି ପାକିସ୍ତାନ ଏକ ଖାସ କାରଣ ପାଇଁ ପ୍ରସିଦ୍ଧ। ତେବେ ବିଶ୍ୱର ସବୁଠୁ ଉଚ୍ଚରେ ଏକ ଏଟିଏମ୍ ଏବଂ ସବୁଠୁ ଲମ୍ବା ଆମ୍ବୁଲାନ୍ସ ଚେନ ମଧ୍ୟ ପାକିସ୍ତାନରେ ରହିଛି। ଚାଇନା- ପାକିସ୍ତାନ ସୀମାରେ ୧୫,୩୯୬ ଫୁଟ ଉଚ୍ଚରେ ଥିବା ଖୁଜେରବ ପାଖରେ ଏହାକୁ ଲଗାଯାଇଛି। ଏହି ସ୍ଥାନ ଗିଲ୍ଗିଟ- ବେଲୁଚିସ୍ତାନରେ ଆସେ। ଏଠାରେ ସବୁବେଳେ […] The post ସବୁଠୁ ଉଚ୍ଚରେ ଥିବା ଏଟିଏମ୍ appeared first on Dharitri Odia News.
ଇସଲାମାବାଦ୍: ଯେତେବେଳେ ପଡ଼ୋଶୀ ଦେଶ ପାକିସ୍ତାନର କଥା ଉଠେ, ସେତେବେଳେ ସେଠାରେ ଚାଲୁଥିବା ରାଜନୀତି, ଆତଙ୍କବାଦୀଙ୍କୁ ନେଇ ଚର୍ଚ୍ଚା ହୁଏ। ହେଲେ ବି ପାକିସ୍ତାନ ଏକ ଖାସ କାରଣ ପାଇଁ ପ୍ରସିଦ୍ଧ। ତେବେ ବିଶ୍ୱର ସବୁଠୁ ଉଚ୍ଚରେ ଏକ ଏଟିଏମ୍ ଏବଂ ସବୁଠୁ ଲମ୍ବା ଆମ୍ବୁଲାନ୍ସ ଚେନ ମଧ୍ୟ ପାକିସ୍ତାନରେ ରହିଛି। ଚାଇନା- ପାକିସ୍ତାନ ସୀମାରେ ୧୫,୩୯୬ ଫୁଟ ଉଚ୍ଚରେ ଥିବା ଖୁଜେରବ ପାଖରେ ଏହାକୁ ଲଗାଯାଇଛି। ଏହି ସ୍ଥାନ ଗିଲ୍ଗିଟ- ବେଲୁଚିସ୍ତାନରେ ଆସେ। ଏଠାରେ ସବୁବେଳେ ପାହାଡ଼ ବରଫରେ ଢାଙ୍କିହୋଇ ରହିଥାଏ। ଏଟିଏମ୍ ଏତେ ଉଚ୍ଚରେ ଥିବାରୁ ଏହାକୁ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ଏଥିସହ ବିଶ୍ୱର ସବୁଠୁ ବଡ଼ ସଂଖ୍ୟକ ଭଲ୍ୟୁଣ୍ଟିୟର ଆମ୍ବୁଲାନ୍ସ ସେବା ଏଠାରେ ମିଳିଥାଏ। ଇଦ୍ଧି ଫାଉଣ୍ଡେଶନ ଏହାର ସଞ୍ଚାଳନ କରିଥାଏ। ପାକିସ୍ତାନ ପାଖରେ ପ୍ରାୟ ୧୮୦୦ ଆମ୍ବୁଲାନ୍ସ ରହିଛି। ଏହା ପ୍ରତି ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ।
The post ସବୁଠୁ ଉଚ୍ଚରେ ଥିବା ଏଟିଏମ୍ appeared first on Dharitri Odia News.