ଭାଜପାକୁ ଝଟ୍କା, ଗିରଫ ହେଲେ ଦ୍ରୌପଦୀ!
ନୂଆଦିଲ୍ଲୀ,୩।୧୦: ବିଆର ଚୋପ୍ରାଙ୍କ ଟେଲିଭିଜନ ସିରିଏଲ ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭାଜପା ନେତା ରୂପା ଗାଙ୍ଗୁଲିଙ୍କୁ ଗିରଫ କରାଯାଇଛି। ବୁଧବାର ରାତିରୁ ସେ ସ୍ଥାନୀୟ ମହିଳା ଭାଜପା ନେତା ରୁବି ଦାସଙ୍କୁ ମୁକ୍ତ କରିବାକୁ ଦାବି କରି ଦକ୍ଷିଣ କୋଲକାତାର ପୋଲିସ ଷ୍ଟେଶନ ସମ୍ମୁଖରେ ଏକ ଧାରଣାରେ ବସିଥିଲେ। ବୁଧବାର ସାରେ ଗିରଫ ହୋଇଥିବା ଭାଜପା ସମର୍ଥକଙ୍କ ମଧ୍ୟରେ ରୁବି ଦାସ ମଧ୍ୟ ଥିଲେ। ସମସ୍ତେ ଜଣେ […] The post ଭାଜପାକୁ ଝଟ୍କା, ଗିରଫ ହେଲେ ଦ୍ରୌପଦୀ! appeared first on Dharitri Odia News.
ନୂଆଦିଲ୍ଲୀ,୩।୧୦: ବିଆର ଚୋପ୍ରାଙ୍କ ଟେଲିଭିଜନ ସିରିଏଲ ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭାଜପା ନେତା ରୂପା ଗାଙ୍ଗୁଲିଙ୍କୁ ଗିରଫ କରାଯାଇଛି। ବୁଧବାର ରାତିରୁ ସେ ସ୍ଥାନୀୟ ମହିଳା ଭାଜପା ନେତା ରୁବି ଦାସଙ୍କୁ ମୁକ୍ତ କରିବାକୁ ଦାବି କରି ଦକ୍ଷିଣ କୋଲକାତାର ପୋଲିସ ଷ୍ଟେଶନ ସମ୍ମୁଖରେ ଏକ ଧାରଣାରେ ବସିଥିଲେ।
ବୁଧବାର ସାରେ ଗିରଫ ହୋଇଥିବା ଭାଜପା ସମର୍ଥକଙ୍କ ମଧ୍ୟରେ ରୁବି ଦାସ ମଧ୍ୟ ଥିଲେ। ସମସ୍ତେ ଜଣେ ସ୍କୁଲ ପିଲାଙ୍କ ମୃତ୍ୟୁକୁ ବିରୋଧ କରିଥିଲେ। ପିଲାଟି ପେଲୋଡର ଦ୍ୱାରା ଆଘାତ ପାଇଥିଲା, ଯାହା ଫଲରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) କର୍ମଚାରୀମାନେ ରାସ୍ତା ମରାମତି ପାଇଁ ଏହା ବ୍ୟବହାର କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
କର୍ମୀଙ୍କ ଗିରଫ ଖବର ପାଇବା ମାତ୍ରେ ଗାଙ୍ଗୁଲି ଦକ୍ଷିଣ କୋଲକାତାର ସ୍ଥାନୀୟ ବାନ୍ସଦ୍ରୋଣି ପୋଲିସ ଷ୍ଟେଶନରେ ପହଞ୍ଚି ଦାସଙ୍କ ମୁକ୍ତି ଦାବିରେ ସେଠାରେ ବିରୋଧ ଆରମ୍ଭ କରିଥିଲେ।
ଗାଙ୍ଗୁଲି ଦାବି କରିଛନ୍ତି ଯେ ଦାସ ଏବଂ ଅନ୍ୟ ଭାଜପା ସମର୍ଥକମାନେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବାବେଳେ ସ୍ଥାନୀୟ ତ୍ରୁଣମୂଳ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ନିଜେ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା।
ଗାଙ୍ଗୁଲି ରାତି ସାରା ଧର୍ମଘଟରେ ବସିଥିଲେ ଏବଂ ଶେଷରେ ଗୁରୁବାର ଦିନ ପ୍ରାୟ ୧୦ଟା ସମୟରେ କୋଲକାତା ପୋଲିସ ତାଙ୍କୁ ଗିରଫ କରିଥିଲା। ଖୁବ ଶୀଘ୍ର ତାଙ୍କୁ ପୋଲିସ ଗାଡିରେ ବାନ୍ସଦ୍ରୋଣି ପୋଲିସ ଷ୍ଟେଶନ ପରିସରରୁ ନିଆଯାଇଥିଲା।
ଗିରଫ ପରେ ଗାଙ୍ଗୁଲି ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ବ୍ୟାଗ ନେବାକୁ ମଧ୍ୟ ଅନୁମତି ଦେଇ ନାହିଁ। ସେପଟେ ପୋଲିସର ସୂଚନାନୁସାରେ, ଗାଙ୍ଗୁଲି ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।
ଏହି ସମୟରେ ସ୍କୁଲ ପିଲାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି। ଲୋକମାନେ ରାଗିଛନ୍ତି ଯେ ଦୁର୍ଘଟଣାର କିଛି ଘଣ୍ଟା ପରେ ତ୍ରୁରମୂଲ କଂଗ୍ରେସ କାଉନସିଲର ଅନୀତା କର ମଜୁମଦାର ଘଟଣାସ୍ଥଳରେ ପହଞ୍ଚି ନ ଥିଲେ।
ସୂଚନାଯୋଗ୍ୟ, ରୂପା ଗାଙ୍ଗୁଲି ହିନ୍ଦୀ ଏବଂ ବଙ୍ଗାଳୀ ସିନେମା ଜଗତରେ ଏକ ଜଣାଶୁଣା ନାଁ। ସେ ଟେଲିଭିଜନ ଶୋ ‘ମହାଭାରତ’ରେ ଅଭିନୟ କରିଥିବା ଦ୍ରୌପଦୀଙ୍କ ଚରିତ୍ର ସହିତ ପ୍ରତ୍ୟେକ ଘରେ ପରିଚିତ ହୋଇଥିଲେ। ପରେ ସେ ଭାଜପାରେ ଯୋଗ ଦେଇ ରାଜ୍ୟ ସଭା ସଦସ୍ୟ ହୋଇଥିଲେ।
The post ଭାଜପାକୁ ଝଟ୍କା, ଗିରଫ ହେଲେ ଦ୍ରୌପଦୀ! appeared first on Dharitri Odia News.