ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ!
ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରନ୍ତି। ଖୁବ ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ବୋଲି ଆଲୋଚନା ହେଉଛି। କୁହାଯାଉଛି ଯେ ବସୁନ୍ଧରା ରାଜେଙ୍କ ବ୍ୟତୀତ ସଞ୍ଜୟ ଯୋଶୀଙ୍କ ନାମ ମଧ୍ୟ ଅଧ୍ୟକ୍ଷ ପାଇଁ ଆଲୋଚନା ହେଉଛି । ଏସବୁ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ […] The post ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ! appeared first on Dharitri Odia News.
ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରନ୍ତି।
ଖୁବ ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ବୋଲି ଆଲୋଚନା ହେଉଛି। କୁହାଯାଉଛି ଯେ ବସୁନ୍ଧରା ରାଜେଙ୍କ ବ୍ୟତୀତ ସଞ୍ଜୟ ଯୋଶୀଙ୍କ ନାମ ମଧ୍ୟ ଅଧ୍ୟକ୍ଷ ପାଇଁ ଆଲୋଚନା ହେଉଛି । ଏସବୁ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଶିବରାଜ ସିଂ ଚୌହାନଙ୍କ ନାମକୁ ମଧ୍ୟ ସୁପାରିଶ କରିଛନ୍ତି। ତେବେ ସଂଘ ମଧ୍ୟ ବସୁନ୍ଧରା ରାଜେ ନାମକୁ ଶ୍ରେଷ୍ଠ ବୋଲି ବିଚାର କରୁଛନ୍ତି। ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ, କିନ୍ତୁ ବସୁନ୍ଧରା ରାଜେଙ୍କୁ ସୋସିଆଲ ମିଡିଆରେ କର୍ମୀ ଆଗୁଆ ଅଭିନନ୍ଦନ ଜଣାଇଲେଣି ।
ସୂଚନାନୁସାରେ, ବସୁନ୍ଧରା ରାଜେଙ୍କ ନାମ ଆରଏସଏସ ନିଜେ ପ୍ରସ୍ତାବ କରିଛି । ଏହା ବ୍ୟତୀତ ଆରଏସଏସ ଦ୍ୱାରା ଜାରି ଦ୍ୱିତୀୟ ନାମ ହେଉଛି ସଞ୍ଜୟ ଯୋଶୀ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଏବଂ ଦଳର ଅନ୍ୟ କେତେକ ବରିଷ୍ଠ ନେତା ଏହି ନାମରେ ସହମତ ନୁହଁନ୍ତି।
The post ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ! appeared first on Dharitri Odia News.