ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା
ଭୁବନେଶ୍ୱର, ୬।୬(ସୁନିତ୍ ମିଶ୍ର)୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ପ୍ରାୟ ଆଶ୍ଚର୍ଯ୍ୟ କରିଦେଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଠନ କରିବାରେ ସକ୍ଷମ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ବାଚନୀ ପ୍ରଚାର ମୁତାବକ, ରାଜ୍ୟରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ଗୁରୁବାର ସୁଦ୍ଧା ନବନିର୍ବାଚିତ ବିଧାୟକମାନେ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କୁ ବାଛିବେ। […] The post ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା appeared first on Dharitri Odia News.
ଭୁବନେଶ୍ୱର, ୬।୬(ସୁନିତ୍ ମିଶ୍ର)୨୦୨୪ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ପ୍ରାୟ ଆଶ୍ଚର୍ଯ୍ୟ କରିଦେଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଠନ କରିବାରେ ସକ୍ଷମ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ବାଚନୀ ପ୍ରଚାର ମୁତାବକ, ରାଜ୍ୟରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ଗୁରୁବାର ସୁଦ୍ଧା ନବନିର୍ବାଚିତ ବିଧାୟକମାନେ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ ହେବେ ତାଙ୍କୁ ବାଛିବେ। ଏହାକୁ ନେଇ ସବୁଆଡେ ଚର୍ଚ୍ଚା, ଆଲୋଚନା ଲାଗି ରହିଛି। ତେବେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ଏବଂ କେବେ ସୁଦ୍ଧା ଏନେଇ ଘୋଷଣା କରିବ, ସେକଥା କିଛି ସ୍ପଷ୍ଟ କରିନାହିଁ। ହେଲେ
ଏଥର କେନ୍ଦ୍ରରେ ଏନ୍ଡିଏ ଯେଭଳି ଆସନ ଦଖଲକରି ସରକାର କରିବାକୁ ଯାଉଛି ତାକୁ ନେଇ ଜାତୀୟସ୍ତରରେ ନେତାମାନଙ୍କ ଭିତରେ ବହୁ ମାତ୍ରାରେ ଚିନ୍ତା ବଢ଼ିଯାଇଥିବା ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ଭାଜପା ନେତାଙ୍କ କହିବା ଅନୁଯାୟୀ, ବିଗତ ଦିନରେ ଯେଉଁସବୁ ରାଜ୍ୟରେ ଦଳ ସରକାରକୁ ଆସିଛି ସେସବୁ ସ୍ଥାନରେ ଶପଥ ଗ୍ରହଣର ପୂର୍ବଦିନ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଘୋଷଣା କରାଯାଇଥିବା ନେଇ ନଜିର ରହିଛି। ତେଣୁ ଏବେ ଦେଶରେ ସରକାର ଗଠନ ଏବଂ ଏହାର ପରବର୍ତ୍ତୀ କାର୍ଯ୍ୟରେ ସମସ୍ତେ ପ୍ରାୟ ବ୍ୟସ୍ତ ରହିବେ। କାରଣ ଭାଜପା ୧୦ ବର୍ଷ ପରେ ଦେଶରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ନିଜର ସ୍ଥିତି ବଜାୟ ରଖିବାରେ ବିଫଳ ହୋଇଛି। ତେଣୁ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ପୂର୍ବଦିନ ହିଁ ବିଧାୟକମାନଙ୍କୁ କାହାକୁ ନେତା କରାଯିବ ସେକଥା ଜଣାଇଦିଆଯିବ। ଅନ୍ୟପକ୍ଷରେ ମିଳିଥିବା ଖବର ମୁତାବକ, ରାଜ୍ୟରୁ କେତେଜଣ ନେତା ଏବେ ନୂଆଦିଲ୍ଲୀ ଯାଇ ସେଠାରେ ଡେରା ପକାଇଲେଣି। ରାଜ୍ୟରେ କିପରି ମୁଖ୍ୟମନ୍ତ୍ରୀ ହେବେ ସେନେଇ ନିଜ ନିଜର ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାପଡିଛି। ହେଲେ ନବନିର୍ବାଚିତ ବିଧାୟକମାନେ ଦଳରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ କିଛି ଜାଣିନାହାନ୍ତି ଏବଂ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମାନିନେବେ ବୋଲି କହୁଛନ୍ତି। ଅନ୍ୟପଟେ କେନ୍ଦ୍ରରେ ସରକାର ଗଠନ ହୋଇସାରିବା ପରେ ଯାଇ ରାଜ୍ୟ ବାବଦରେ କେନ୍ଦ୍ରୀୟ ନେତାମାନେ ବିଶେଷ ଧ୍ୟାନ ଦେବେ ବୋଲି କୁହାଯାଉଛି। ହେଲେ ଦଳ ରାଜ୍ୟରେ ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବ ନା ବାହାରୁ କାହାକୁ ଆଣି ଏହି ଆସନରେ ବସାଇବ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ସାମାଜିକ ଗଣମାଧ୍ୟମରେ କେତୋଟି ନାଁକୁ ନେଇ ଆଲୋଚନା ଜୋର୍ ଧରିବାରେ ଲାଗିଛି । ହେଲେ ଏହାକୁ ଦଳର କେତେଜଣ ନେତା ଖଣ୍ଡନ କରିଛନ୍ତି।
The post ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଘୁଞ୍ଚିବା ଚର୍ଚ୍ଚା appeared first on Dharitri Odia News.