ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ

ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ଦମ୍ପତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଜାତୀୟ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି। ଦଳୀୟ କାର୍ଯ୍ୟରେ ଅଣଦେଖା କରାଯିବା ପରେ ଏହି ଦମ୍ପତି ଇସ୍ତଫା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଲାଲା ଓ ଇରାନୀଙ୍କୁ ପ୍ରାୟ ୮ରୁ ୯ମାସ ହେଲା ଦଳ ପକ୍ଷରୁ […] The post ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ appeared first on Dharitri Odia News.

ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ

ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ଦମ୍ପତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଜାତୀୟ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି। ଦଳୀୟ କାର୍ଯ୍ୟରେ ଅଣଦେଖା କରାଯିବା ପରେ ଏହି ଦମ୍ପତି ଇସ୍ତଫା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଲାଲା ଓ ଇରାନୀଙ୍କୁ ପ୍ରାୟ ୮ରୁ ୯ମାସ ହେଲା ଦଳ ପକ୍ଷରୁ କୋଣଠେସା ଓ ଅଣଦେଖା କରାଯାଇଥିଲା। ବିନା କାରଣରେ ଲାଲାଙ୍କୁ ଜିଲା ସଭାପତି ପଦବୀରୁ ହଟାଇ ଦିଆଯାଇଥିଲା। ପରେ ଇରାନୀଙ୍କୁ ଅଣଦେଖା କରାଗଲା। ୨୦୧୪ ନିର୍ବାଚନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ଇରାନୀ ରାୟ ଭାଜପା ପ୍ରାର୍ଥୀ ହୋଇ ୬ ହଜାର ଭୋଟ ପାଇଥିଲେ। ୨୦୧୯ରେ ଇରାନୀ ପୁଣି ଭାଜପା ପକ୍ଷରୁ ଟିକେଟ ପାଇ ୬୮ ହଜାର (୪୨ ପ୍ରତିଶତ) ଭୋଟ ପାଇ ଦଳର ଭୋଟ ହାରକୁ ବଢ଼ାଇ ଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ସ୍ଥିତିକୁ ଆସିଥିଲା। ଲାଲା ଓ ଇରାନୀଙ୍କ ଇସ୍ତଫା ପରେ ଭାଜପାର ଭୋଟ ହ୍ରାସ ପାଇ ପାରେ ବୋଲି କୁହାଯାଉଛି। ଶନିବାର ୩୦୦ରୁ ଊର୍ଦ୍ଧ୍ୱ ଭାଜପା ସମର୍ଥକ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

The post ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ appeared first on Dharitri Odia News.