ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୧।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିବାଦ ସହ ଜଡିତ ସନ୍ଦୀପ ବାଲ୍ମୀକି ଭାଜପାରେ ଯୋଗଦେବାର ମାତ୍ର ତିନି ଘଣ୍ଟା ପରେ ଦଳରୁ ବହିଷ୍କୃତ ହୋଇଥିଲେ। ସନ୍ଦୀପ ଶନିବାର ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଉପସ୍ଥିତିରେ ତାଙ୍କ ସହକର୍ମୀଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ପାର୍ଟିରେ ସ୍ବାଗତ କରିଥିଲେ। ତେବେ କିଛି ସମୟ ପରେ ଫଟୋ ଭାଇରାଲ ହେବା ପରେ ସନ୍ଦୀପଙ୍କ ବିବାଦ ସହ ଜଡିତ ପୁରୁଣା […] The post ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ appeared first on Dharitri Odia News.

ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୧।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିବାଦ ସହ ଜଡିତ ସନ୍ଦୀପ ବାଲ୍ମୀକି ଭାଜପାରେ ଯୋଗଦେବାର ମାତ୍ର ତିନି ଘଣ୍ଟା ପରେ ଦଳରୁ ବହିଷ୍କୃତ ହୋଇଥିଲେ। ସନ୍ଦୀପ ଶନିବାର ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଉପସ୍ଥିତିରେ ତାଙ୍କ ସହକର୍ମୀଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ପାର୍ଟିରେ ସ୍ବାଗତ କରିଥିଲେ। ତେବେ କିଛି ସମୟ ପରେ ଫଟୋ ଭାଇରାଲ ହେବା ପରେ ସନ୍ଦୀପଙ୍କ ବିବାଦ ସହ ଜଡିତ ପୁରୁଣା ଖବର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଥିଲା। ଏହି ଖବର ପାଇବା ମାତ୍ରେ ଭାଜପା ଓ ସିଏମ ହାଉସରେ ଉତ୍ତେଜନା ଦେଖାଦେଇଥିଲା ଏବଂ କିଛି ସମୟ ପରେ ଦଳ ସନ୍ଦୀପଙ୍କୁ ଦଳରୁ ବହିଷ୍କାର କରିଥିଲା।
ଏହି ସୂଚନାକୁ ଭାରତୀୟ ଜନତା ପାର୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଇଥିଲା। ଏ ସମ୍ପର୍କରେ ଏକ ଚିଠି ମଧ୍ୟ ଜାରି କରାଯାଇଛି। ସନ୍ଦୀପଙ୍କ ବହିଷ୍କାର ସମ୍ପର୍କରେ ସୂଚନା ଦେଇଥିବା ଚିଠିରେ ଲେଖାଯାଇଛି ଯେ ‘ଆଜି ଦିଲ୍ଲୀର ପୂର୍ବତନ ସରକାରୀ ମନ୍ତ୍ରୀ ସନ୍ଦୀପ କୁମାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ତାଙ୍କ ପୃଷ୍ଠଭୂମିର ତଥ୍ୟ ଲୁଚାଇ ରଖିଥିଲେ, କିନ୍ତୁ ଏହା ଜାଣିବା ମାତ୍ରେ ଭାରତୀୟ ଜନତା ଦଳ ସନ୍ଦୀପ କୁମାରଙ୍କୁ ପ୍ରାଥମିକ ସଦସ୍ୟତାରୁ ହଟାଇ ଦିଆଯାଇଛି।
ସନ୍ଦୀପ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ୨୦୧୬ରେ, ଜଣେ ମହିଳା ସନ୍ଦୀପଙ୍କ ବିରୋଧରେ ରାସନ କାର୍ଡ ତିଆରି ବିବାଦୀୟ ମାମଲାରେ ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ ଏବଂ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।

The post ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ appeared first on Dharitri Odia News.