ଭାଜପାରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା: ଏଏପି ଆଣିଲା ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ,୨୭।୩: ଭାଜପା ବିରୋଧରେ ଏକ ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ପଞ୍ଜାବରେ ତିନି ଜଣ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଭାଜପାରେ ଯୋଗଦେବା ବଦଳରେ ସେମାନଙ୍କୁ ୨୦-୨୫ କୋଟି ଟଙ୍କା ମିଳିବ ଆମକୁ କୁହାଯାଉଛି। କଲ କରୁଥିବା ବ୍ୟକ୍ତିଙ୍କ ନାମ ଏବଂ ନମ୍ବର ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଆମ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲା। ଏହି […] The post ଭାଜପାରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା: ଏଏପି ଆଣିଲା ସାଂଘାତିକ ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୩: ଭାଜପା ବିରୋଧରେ ଏକ ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ପଞ୍ଜାବରେ ତିନି ଜଣ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଭାଜପାରେ ଯୋଗଦେବା ବଦଳରେ ସେମାନଙ୍କୁ ୨୦-୨୫ କୋଟି ଟଙ୍କା ମିଳିବ ଆମକୁ କୁହାଯାଉଛି। କଲ କରୁଥିବା ବ୍ୟକ୍ତିଙ୍କ ନାମ ଏବଂ ନମ୍ବର ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଆମ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗରେ ଭାଜପା ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ଦିଲ୍ଲୀ ପୋଲିସ ଏଏପିକୁ ନୋଟିସ ଜାରି କରିଥିଲା।
ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀରେ ଏଏପି ବିଧାୟକ ଜଗଦୀପ କାମ୍ବୋଜ କହିଛନ୍ତି, ଯେଉଁଠାରେ ଏଏପି ସରକାର ଅଛି, ବିଧାୟକ କିଣିବା ପାଇଁ ଉଦ୍ୟମ କରାଯାଉଛି। ଏଏପି କର୍ମୀ, ବିଧାୟକ ଏବଂ ଏମ୍ପିଙ୍କୁ କିଣିବା ପାଇଁ ଭାଜପା ପକ୍ଷରୁ ପ୍ରୟାସ କରାଯାଉଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ କଲ ଆସିଥିଲା। ସେଠାରୁ ଜଣେ ବ୍ୟକ୍ତି କହିଥିଲେ ଯେ ମୁଁ ସେବକ ସିଂ। ମୁଁ କହିଲି ଯେ ମୁଁ ବିଧାୟକ କହୁଛି। ସେ କହିଥିଲେ, ଭାଜପାରେ ଯୋଗଦେବା ପାଇଁ ଏକ ପ୍ରସ୍ତାବ ଅଛି। ଏହା ଏକ ଭଲ ଅଫର୍। ଯଦି ଆପଣଙ୍କର କୌଣସି ଡିମାଣ୍ଡ ଅଛି ତେବେ ଆମକୁ ଜଣାନ୍ତୁ । ଆମେ ଆପଣଙ୍କୁ ୨୦-୨୫ କୋଟି ଟଙ୍କା ଦେବୁ। ମୁଁ କହିଲି ଯେ ମୋର ଭାଜପାରେ ଯୋଗଦେବାର କୌଣସି ଆବଶ୍ୟକତା ନାହିଁ।
The post ଭାଜପାରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା: ଏଏପି ଆଣିଲା ସାଂଘାତିକ ଅଭିଯୋଗ appeared first on Dharitri Odia News.