ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଭୁବନେଶ୍ୱର,୧୧।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ମାରିଛି ଭାଜପା। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପରେ ମୋହନ ପ୍ରତିକ୍ରିୟା ରଖି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଥିବା କହିଛନ୍ତି। ମାଝୀ କହିଛନ୍ତି, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି। ସାଢେ ୪ କୋଟି ଓଡ଼ିଆ […] The post ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ… appeared first on Dharitri Odia News.

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଭୁବନେଶ୍ୱର,୧୧।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ମାରିଛି ଭାଜପା। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପରେ ମୋହନ ପ୍ରତିକ୍ରିୟା ରଖି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଥିବା କହିଛନ୍ତି।

ମାଝୀ କହିଛନ୍ତି, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି। ସାଢେ ୪ କୋଟି ଓଡ଼ିଆ ଯେଉଁମାନେ ଦୁର୍ନୀତି,ଭ୍ରଷ୍ଟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଏବଂ ରାଜ୍ୟରେ ପରିବର୍ତ୍ତନ ଆଣିିବାକୁ ଆମକୁ ବାଛିଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେଉଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ତାଙ୍କୁ ସାରା ଓଡ଼ିଶାର ଲୋକେ ଭଲ ପାଉଥିଲେ। ସେ ଆମକୁ ନିଶ୍ଚିତ ଭାବେ ସରକାର ଗଢ଼ିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷଶରେ ଓଡ଼ିଶାରେ ଭାଜପା ସରକାର ଗଢ଼ିଛି। ଏବେ ଓଡ଼ିଶାକୁ ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଆଜିଠାରୁ ସଂକଳ୍ପ ନେଉଛି ବୋଲି ସେ କହିଛନ୍ତି।

The post ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ… appeared first on Dharitri Odia News.