ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଶୋଭିତା ଶାଢି ପିନ୍ଧିଥିବା ନଜର ଆସିଛନ୍ତି। ଏହାସହ ଫଟୋରେ ସେ ନିର୍ବନ୍ଧ ମୁଦି ଦେଖାଇଥିଲେ। ଏହି ଫଟୋରେ ତାଙ୍କ ଭାବି ସ୍ବାମୀ ନାଗା ଚୈତନ୍ୟ କମେଣ୍ଟ ଦେଇଛନ୍ତି। ଶୋଭିତା ଧୁଲିପାଲା ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ଇଭେଣ୍ଟରୁ ତାଙ୍କର […] The post ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ appeared first on Dharitri Odia News.

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଶୋଭିତା ଶାଢି ପିନ୍ଧିଥିବା ନଜର ଆସିଛନ୍ତି। ଏହାସହ ଫଟୋରେ ସେ ନିର୍ବନ୍ଧ ମୁଦି ଦେଖାଇଥିଲେ। ଏହି ଫଟୋରେ ତାଙ୍କ ଭାବି ସ୍ବାମୀ ନାଗା ଚୈତନ୍ୟ କମେଣ୍ଟ ଦେଇଛନ୍ତି।
ଶୋଭିତା ଧୁଲିପାଲା ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ଇଭେଣ୍ଟରୁ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ଅଭିନେତ୍ରୀ ଶାଢିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ଏହି ସମୟ ଯାହା ଧ୍ୟାନ ଆକର୍ଷଣ କରିଥିଲା ତାହା ହେଉଛି ତାଙ୍କ ଡାଏମଣ୍ଡ ରିଙ୍ଗ୍‌। ନାଗା ଏହି ଫଟୋରେ କମେଣ୍ଟ ଦେଇ ଲେଖିଥିଲେ, ଷ୍ଟନର୍‌।

ନାଗା ଏବଂ ଶୋଭିତା ମଧ୍ୟରେ ଗତ ମାସରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏହା ପୂର୍ବରୁ, ଦମ୍ପତି ପ୍ରାୟ ଦୁଇ ବର୍ଷ ଧରି ଡେଟ କରିଥିଲେ। ଏସବୁ ମଧ୍ୟରେ ଉଭୟ ରାଜସ୍ଥାନରେ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ଗୁଜବ ପ୍ରଚାରିତ ହେଉଛି। ନାଗାଙ୍କ ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁତ୍‌ ପ୍ରଭୁଙ୍କୁ ବିବାହ କରିଥିଲେ। ପରେ ସେମାନେ ଛାଡପତ୍ର ହୋଇଥିଲେ।

 

View this post on Instagram

 

A post shared by Sobhita (@sobhitad)

The post ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ appeared first on Dharitri Odia News.