ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ
ନୂଆଦିଲ୍ଲୀ,୧୪।୮: ରେସଲର ଭିନେଶ ଫୋଗଟଙ୍କ ମାମଲାରେ ଆଜି ସିଏଏସ୍ ନିଷ୍ପତ୍ତି ଶୁଣାଇବ। ଏଭଳି ପରିସ୍ଥିତିରେ ସମଗ୍ର ଭାରତ ବିନେଶ ମାମଲାର ନିଷ୍ପତ୍ତିକୁ ଅପେକ୍ଷା କରିଛି। କୋଟି କୋଟି ଦେଶବାସୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତୀୟ ରେସଲରଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ? ଏହି ପ୍ରସଙ୍ଗରେ ଭିନେଶଙ୍କ ୪ ଓକିଲଙ୍କ ମଧ୍ୟରୁ ଜଣେ ଓକିଲ ନିଜର ମତ ରଖିଛନ୍ତି। ଏକ ସାକ୍ଷାତକାରରେ ଓକିଲ ବିଦୁଷ୍ପତ ସିଂଘାନିଆ କହିଛନ୍ତି , ତାଙ୍କ ତରଫରୁ ବହୁତ ପରିଶ୍ରମ କରାଯାଇଛି ଏବଂ […] The post ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୮: ରେସଲର ଭିନେଶ ଫୋଗଟଙ୍କ ମାମଲାରେ ଆଜି ସିଏଏସ୍ ନିଷ୍ପତ୍ତି ଶୁଣାଇବ। ଏଭଳି ପରିସ୍ଥିତିରେ ସମଗ୍ର ଭାରତ ବିନେଶ ମାମଲାର ନିଷ୍ପତ୍ତିକୁ ଅପେକ୍ଷା କରିଛି। କୋଟି କୋଟି ଦେଶବାସୀଙ୍କ ମନରେ ପ୍ରଶ୍ନ ହେଉଛି ଭାରତୀୟ ରେସଲରଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ? ଏହି ପ୍ରସଙ୍ଗରେ ଭିନେଶଙ୍କ ୪ ଓକିଲଙ୍କ ମଧ୍ୟରୁ ଜଣେ ଓକିଲ ନିଜର ମତ ରଖିଛନ୍ତି।
ଏକ ସାକ୍ଷାତକାରରେ ଓକିଲ ବିଦୁଷ୍ପତ ସିଂଘାନିଆ କହିଛନ୍ତି , ତାଙ୍କ ତରଫରୁ ବହୁତ ପରିଶ୍ରମ କରାଯାଇଛି ଏବଂ ସେ ଆଶା କରିଛନ୍ତି ଯେ ଭିନେଶ ନିଶ୍ଚିତ ଭାବରେ ପଦକ ପାଇବେ। ସେ କହିଛନ୍ତି, ଆମ ସମସ୍ତଙ୍କର ଆଶା ଅଛି, ସେଥିପାଇଁ ଆମେ ଆବେଦନ କରିଥିଲୁ ।CAS ଆଡ-ହକ ପ୍ୟାନେଲ ପାଖରେ ୨୪ଘଣ୍ଟା ସମୟସୀମା ଅଛି। ପ୍ୟାନେଲ ଏହି ବିଷୟକୁ ଗମ୍ଭୀରତାର ସହ ନେଉଛି ଯଦି ବିଚାରପତି ଏହା ବିଷୟରେ ଅଧିକ ଚିନ୍ତା କରୁଛନ୍ତି, ତେବେ ଏହା ଆମ ପାଇଁ ଭଲ ଅଟେ।
ବିଦୁଷ୍ପତ ସିଂଘାନିଆ ଏହା ମଧ୍ୟ କହିଛନ୍ତି ଯେ ସେ CAS ରେ ଅନେକ ମାମଲା ଲଢି ସାରିଛନ୍ତି, କିନ୍ତୁ ଏଠାରେ ମାମଲା ଜିତିବାର ପ୍ରତିଶତ ବହୁତ କମ ଅଟେ। ଭିନେଶଙ୍କ କ୍ଷେତ୍ରରେ ସେ ଏକ ଐତିହାସିକ ନିଷ୍ପତ୍ତି ଆଶା କରୁଛନ୍ତି। ଏହା ଟିକିଏ କଷ୍ଟସାଧ୍ୟ, କିନ୍ତୁ ସମସ୍ତେ ଏକ ବଡ଼ ନିଷ୍ପତ୍ତି ଆଶା କରୁଛନ୍ତି । ଭିନେଶଙ୍କୁ ପଦକ ଦେବାକୁ ସେ ବହୁତ ଚେଷ୍ଟା କରୁଛନ୍ତି। ହେଲେ ପଦକ ନ ପାଇଲେ ବି ଭିନେଶ ସମସ୍ତଙ୍କ ପାଇଁ ଚାମ୍ପିୟନ ଆଥଲେଟ ରହିବେ।
The post ଭିନେଶଙ୍କୁ ପଦକ ମିଳିବ ନା ନାହିଁ, ବଡ଼ ସଙ୍କେତ ଦେଲେ ଫୋଗଟଙ୍କ ଓକିଲ appeared first on Dharitri Odia News.