ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼
ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍ର ହୁଟି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା କହିଛନ୍ତି। ଆଣ୍ଡ୍ରୋମେଡା ଷ୍ଟାର ନାମକ ଏହି ତୈଳବାହୀ ଜାହାଜ ପୂର୍ବରୁ ବ୍ରିଟିଶ ମାଲିକାନାରେ ଥିବାବେଳେ ବର୍ତ୍ତମାନ ସିଚେଲ୍ସ ନାଗରିକ ଏହାର ମାଲିକ ବୋଲି ଜଣାପଡ଼ିଛି। ଇସ୍ରାଏଲ୍-ହମାସ୍ ଯୁଦ୍ଧ ଆରମ୍ଭରୁ ପାଲେଷ୍ଟାଇନ୍କୁ ସମର୍ଥନ କରୁଥିବା ହୁଟି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନ୍ ଜାହାଜଗୁଡ଼ିକୁ ଟାର୍ଗେଟ କରିଆସୁଛନ୍ତି। କିଛିଦିନ ହେଲା […] The post ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼ appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍ର ହୁଟି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା କହିଛନ୍ତି। ଆଣ୍ଡ୍ରୋମେଡା ଷ୍ଟାର ନାମକ ଏହି ତୈଳବାହୀ ଜାହାଜ ପୂର୍ବରୁ ବ୍ରିଟିଶ ମାଲିକାନାରେ ଥିବାବେଳେ ବର୍ତ୍ତମାନ ସିଚେଲ୍ସ ନାଗରିକ ଏହାର ମାଲିକ ବୋଲି ଜଣାପଡ଼ିଛି।
ଇସ୍ରାଏଲ୍-ହମାସ୍ ଯୁଦ୍ଧ ଆରମ୍ଭରୁ ପାଲେଷ୍ଟାଇନ୍କୁ ସମର୍ଥନ କରୁଥିବା ହୁଟି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନ୍ ଜାହାଜଗୁଡ଼ିକୁ ଟାର୍ଗେଟ କରିଆସୁଛନ୍ତି। କିଛିଦିନ ହେଲା ଆକ୍ରମଣ ବନ୍ଦ ଥିଲାବେଳେ ପୁଣିଥରେ ଏକ ତୈଳବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। କ୍ଷେପଣାସ୍ତ୍ର ମାଡ଼ରେ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଏହାର ମାଲିକ ଦାବି କରିଛନ୍ତି। ଉକ୍ତ ଜାହାଜ ରୁଷିଆର ତୈଳ ବ୍ୟବସାୟରେ ସାମିଲ ଥିଲା। ଏହା ରୁଷିଆର ପ୍ରିମୋର୍ସ୍କରୁ ଭାରତର ଭାଦିନାରକୁ ଆସୁଥିଲା ବୋଲି ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଆମ୍ବ୍ରେ ପକ୍ଷରୁ କୁହାଯାଇଛି।
ଇସ୍ରାଏଲ୍-ହମାସ୍ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀମାନେ ଗତ ନଭେମ୍ବରରୁ ଲୋହିତ ସାଗର ଏବଂ ଗଲ୍ଫ ଅଫ୍ ଆଡେନ୍ରେ ବିଭିନ୍ନ ଦେଶର ବାଣିଜି୍ୟକ ଜାହାଜ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି। ୟେମେନ୍ର ସାଦା ପ୍ରୋଭିନ୍ସ ବାୟୁସୀମାରେ ଆମେରିକାର ଏମ୍କ୍ୟୁ-୯ ଡ୍ରୋନ୍କୁ ହୁଟି ଆତଙ୍କବାଦୀ ଖସାଇଦେଇଥିବା ଶୁକ୍ରବାର ଦାବି କରିଥିଲେ।
The post ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼ appeared first on Dharitri Odia News.