ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ! ଇସ୍ତଫା ଚର୍ଚ୍ଚା ଭିତରେ ୟୁନୁସଙ୍କ ବଡ଼ ଘୋଷଣା
ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ମଧ୍ୟରେ ବାଂଲାଦେଶ ସରକାର କୋଲକାତା ସ୍ଥିତ ଏକ ସରକାରୀ ଜାହାଜ ର୍ନିମାଣ କମ୍ପାନୀ ଗାର୍ଡେନ ରିଚ ଶିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ (ଜିଆର୍ଏସଇ) ସହିତ ୧୮୦.୨୫ କୋଟି ଟଙ୍କାର ଏକ ପ୍ରତିରକ୍ଷା ଚୁକ୍ତି ରଦ୍ଦ କରିଛି। ଏହି ଚୁକ୍ତି ଅନୁଯାୟୀ ବାଂଲାଦେଶ ନୌସେନା ପାଇଁ ଏକ ଅତ୍ୟାଧୁନିକ ଓସେନ-ଗୋଇଙ୍ଗ ଟଗ (ଜାହାଜ ଟାଣିବା ଯାନ) ନିର୍ମାଣ କରାଯିବାର ଥିଲା। ଜିଆର୍ଏସଇ ବୁଧବାର ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇ କହିଛି, […] The post ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ! ଇସ୍ତଫା ଚର୍ଚ୍ଚା ଭିତରେ ୟୁନୁସଙ୍କ ବଡ଼ ଘୋଷଣା appeared first on Odisha.News.

ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ମଧ୍ୟରେ ବାଂଲାଦେଶ ସରକାର କୋଲକାତା ସ୍ଥିତ ଏକ ସରକାରୀ ଜାହାଜ ର୍ନିମାଣ କମ୍ପାନୀ ଗାର୍ଡେନ ରିଚ ଶିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ (ଜିଆର୍ଏସଇ) ସହିତ ୧୮୦.୨୫ କୋଟି ଟଙ୍କାର ଏକ ପ୍ରତିରକ୍ଷା ଚୁକ୍ତି ରଦ୍ଦ କରିଛି। ଏହି ଚୁକ୍ତି ଅନୁଯାୟୀ ବାଂଲାଦେଶ ନୌସେନା ପାଇଁ ଏକ ଅତ୍ୟାଧୁନିକ ଓସେନ-ଗୋଇଙ୍ଗ ଟଗ (ଜାହାଜ ଟାଣିବା ଯାନ) ନିର୍ମାଣ କରାଯିବାର ଥିଲା।
ଜିଆର୍ଏସଇ ବୁଧବାର ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇ କହିଛି, ‘ବାଂଲାଦେଶ ସରକାର ଏହି ଅର୍ଡର ରଦ୍ଦ କରିଛନ୍ତି।’ ଏହା ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି ବିବେଚନା କରାଯାଉଛି, କାରଣ ଭାରତ ନିକଟରେ ବାଂଲାଦେଶର ରପ୍ତାନୀ କାର୍ଗୋ ପାଇଁ ଟ୍ରାନ୍ସଶିପମେଣ୍ଟ ସୁବିଧା ବାତିଲ କରିଛି। ଏହା ପୂର୍ବରୁ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ଉପଦେଷ୍ଟା ମହମ୍ମଦ ଯୁନୁସଙ୍କ ଚୀନ ଗସ୍ତ ସମୟରେ ଭାରତର ପୂର୍ବୋତ୍ତର ରାଜ୍ୟ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ କରିଛି।
୨୦୨୪ ଜୁଲାଇରେ ଏହି ଚୁକ୍ତି ସୱାକ୍ଷରିତ ହୋଇଥିଲା, ଯେତେବେଳେ ଭାରତ ଓ ବାଂଲାଦେଶ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଥିଲେ। କିନ୍ତୁ ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କ ସରକାରର ପତନ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିଛି। ବାଂଲାଦେଶର ଏହି ନିଷ୍ପତ୍ତି ଭାରତର ପ୍ରତିରକ୍ଷା ରପ୍ତାନୀ ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। ଏହି ଘଟଣା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ କୂଟନୈତିକ ସମ୍ପର୍କରେ ଅଧିକ ତିକ୍ତତା ସୃଷ୍ଟି କରିପାରେ। ତେବେ ବାଂଲାଦେଶ ସରକାର ଏହି ରଦ୍ଦକରଣ ପଛରେ କୌଣସି ଆନୁଷ୍ଠାନିକ କାରଣ ଦେଇନାହାନ୍ତି।
The post ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ! ଇସ୍ତଫା ଚର୍ଚ୍ଚା ଭିତରେ ୟୁନୁସଙ୍କ ବଡ଼ ଘୋଷଣା appeared first on Odisha.News.