ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହାର ଯେଉଁ ଫଟୋ ଶେଷରେ ସାମ୍ନାକୁ ଆସିଥିଲା, ସେଥିରେ ପିଏମ୍ ମୋଦି ସେଣ୍ଟର ପଏଣ୍ଟରେ ରହିଥିଲେ। ଗୋଟିଏ ପଟେ ଏସିଆର ଜାପାନ, ୟୁରୋପରୁ ଫ୍ରାନ୍ସ, ଇଟାଲି, ଜର୍ମାନୀ, ବ୍ରିଟେନ୍ ଏବଂ ଦକ୍ଷିଣ ଆମେରିକାରୁ ଆମେରିକା ଏବଂ କାନାଡ଼ା ଜି୭କୁ ନେତୃତ୍ୱ ନେଇଆସୁଥିବା ବେଳେ, ଏହାର […] The post ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହାର ଯେଉଁ ଫଟୋ ଶେଷରେ ସାମ୍ନାକୁ ଆସିଥିଲା, ସେଥିରେ ପିଏମ୍ ମୋଦି ସେଣ୍ଟର ପଏଣ୍ଟରେ ରହିଥିଲେ। ଗୋଟିଏ ପଟେ ଏସିଆର ଜାପାନ, ୟୁରୋପରୁ ଫ୍ରାନ୍ସ, ଇଟାଲି, ଜର୍ମାନୀ, ବ୍ରିଟେନ୍ ଏବଂ ଦକ୍ଷିଣ ଆମେରିକାରୁ ଆମେରିକା ଏବଂ କାନାଡ଼ା ଜି୭କୁ ନେତୃତ୍ୱ ନେଇଆସୁଥିବା ବେଳେ, ଏହାର ଅଂଶ ନ ହୋଇ ବି ଭାରତର ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲେ।
ଇଟାଲିର ଆପୁଲିଆରେ ମୋଦିଙ୍କ କୁଟନୀତି ଦୃଶ୍ୟମାନ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ସହ ଶକ୍ତି ସମୀକରଣ ସହ ମୋଦି ପୋପ୍ଙ୍କୁ ଆଲିଙ୍ଗନ କରିଥିଲେ। ଦୁଇ ବଡ଼ ୟୁରୋପୀୟ ଦେଶର ନେତା ମାକ୍ରୋନ୍ ଏବଂ ସୁନକ ମୋଦିଙ୍କ ସହ କୁଟନୀତିକସ୍ତରରେ କାର୍ଯ୍ୟ କରୁଥିବା ଦେଖାଯାଇଥିଲା। ଏହି ବୈଠକରେ ମୋଦି ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କି ପାଇଁ ଶାନ୍ତି ବାର୍ତ୍ତା ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ପରାମର୍ଶ ଥିବା ନିରବ ସଙ୍କେତ ଦେଇଛନ୍ତି।
ଜି୭ ଶିଖର ସମ୍ମିଳନୀର ଯେଉଁ ଫଟୋ ସାମ୍ନାକୁ ଆସିଥିବା ଚିତ୍ରକୁ ଭଲଭାବେ ଦେଖିବା, ତେବେ ବିଶ୍ୱ କୁଟନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫଟୋର କେନ୍ଦ୍ରରେ ମୋଦି ରହିଥିବା ବେଳେ ବାମ ପାର୍ଶ୍ୱରେ ଜର୍ମାନୀ ଚାନ୍ସେଲର୍ ଓଲାପ ସ୍କୋଲେଜ୍ ଏବଂ ଡାହାଣ ପାର୍ଶ୍ୱରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ରହିଛନ୍ତି। ତଳ ଧାଡ଼ିରେ ମେଲୋନି, ଖ୍ରିଷ୍ଟିଆନ ଧାର୍ମିକ ନେତା ପୋପ୍ ରହିଛନ୍ତି। ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କେନ୍ଦ୍ରଠାରୁ ବହୁ ଦୂରରେ ରହିଥିଲେ। କୁଟନୈତିକ ଭାଷାରେ ବୁଝିଲେ ଫ୍ରାନ୍ସ, ଇଟାଲୀ, କାନାଡ଼ା ଏବଂ ବ୍ରିଟେନଠାରୁ ବଡ଼ ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ୱ ପାଇଁ ପ୍ରସ୍ତୁତ ହେଉଥିବା ଭବିଷ୍ୟତ ଯୋଜନାର କେନ୍ଦ୍ରରେ ଭାରତ ରହିବାକୁ ଯାଉଛି।
ଜି୭ରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି। ପ୍ରାୟ ୪ ଘଣ୍ଟା ପରେ ମୋଦି ମଧ୍ୟ ମେଲୋନିଙ୍କ ସେଲଫି ଟୁଇଟ୍କୁ ‘ଏକ୍ସ’ରେ ପୋଷ୍ଟ କରି ଇଟାଲୀ ଭାଷାରେ ଲେଖିଥିଲେ- ଲଙ୍ଗ ଲାଇଭ୍ ଇଟାଲୀ ଇଣ୍ଡିଆ ଫ୍ରେଣ୍ଡସିପ୍। ଏହି ସେଲଫି ଏବଂ ଭିଡିଓର ଅନେକ ଅର୍ଥ ରହିଛି। କାରଣ ଗତ କିଛି ବର୍ଷ ମଧ୍ୟରେ ଇଟାଲୀ ଏବଂ ଭାରତ ନିକଟତର ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଥିବା ବେଳେ ଇଟାଲୀ ମଧ୍ୟ କୁଟନୈତିକସ୍ତରରେ ଭାରତକୁ ସମର୍ଥନ ଦେଇଛି।
Hi friends, from #Melodi pic.twitter.com/OslCnWlB86
— Giorgia Meloni (@GiorgiaMeloni) June 15, 2024
ଗୋଟିଏ ପଟେ ଜି୭ର ୭ ଧନୀ ଦେଶ ଥିବା ବେଳେ ଅନ୍ୟପକ୍ଷେ ନିଜକୁ ବହୁତ ଶକ୍ତିଶାଳୀ ମନେ କରୁଥିବା ଚାଇନା ରହିଛି। ଚାଇନା ସର୍ବଦା ଜି୭ ପ୍ରାଧିକରଣକୁ ଚ୍ୟାଲେଞ୍ଜ କରିଆସୁଛି, ହେଲେ ଏଥର ଜି୭ ଦେଶଗୁଡ଼ିକ ଚାଇନା ବିରୋଧରେ ବଡ଼ ଆଭିମୁଖ୍ୟ ଗ୍ରହଣ କରିବା ସହ କଠୋର ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି।
The post ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ… appeared first on Dharitri Odia News.