ଭାରତ ପାଇଁ କୁଲଦୀପ ଯାଦବ ଶେଷ ଆଶା ? ସମର୍ଥନରେ ଓହ୍ଲାଇଲେ ମାଇକେଲ୍ କ୍ଲାର୍କ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଆକ୍ରମଣ ଦୁର୍ବଳ ନଜର ଆସିଛି। ଯଶପ୍ରୀତ ବୁମରାଙ୍କୁ ଛାଡ଼ି ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଶାର୍ଦ୍ଦୁଳ ଠାକୁର ପ୍ରଭାବହୀନ ସହ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଦଳରେ ଏକମାତ୍ର ସ୍ପିନର ଭାବେ ଖେଳୁଥିବା ରବୀନ୍ଦ୍ର ଜାଡ଼େଜାଙ୍କୁ କେବଳ ଗୋଟିଏ ଓ୍ଵିକେଟ୍ ମିଳିଛି। ଜାଡ଼େଜା ଶାଣିତ ବୋଲିଂ କରିଥିଲେ ହେଁ ଅନ୍ୟ ପାର୍ଶ୍ଵରୁ ତାଙ୍କୁ ଉତ୍ତମ ସହଯୋଗ ମିଳି ନ ଥିଲା। ଏହି କାରଣର ପୂର୍ବତନ କ୍ରିକେଟର ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହାନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କଙ୍କ ମତରେ ଭାରତୀୟ ଦଳ ପ୍ରବନ୍ଧକ କୁଲଦୀପ ଯାଦବଙ୍କୁ ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବା ଉଚିତ୍।ମାଇକେଲ୍ କ୍ଲାର୍କ ଏକ ପୋଡକାଷ୍ଟରେ କହିଛନ୍ତି, ବୋଲିଂ ହିସାବରେ ମୁଁ କୌଣସି ଗୋଟିଏ ବୋଲରକୁ ନେଇ କିଛି ଟିପ୍ପଣୀ କରିବି ନାହିଁ। ମାତ୍ର ମୋତେ ଲାଗୁଛି କୁଲଦୀପଙ୍କୁ ମ୍ୟାଚ୍‌ରେ ସାମିଲ୍ କରିବାକୁ ପଡ଼ିବ। ମୋତେ ଲାଗୁଛି ଏହା ହିଁ ଭାରତ ପାଇଁ ସହଜ ହେବ। କାରଣ କୁଲଦୀପ ଓ୍ଵିକେଟ୍ ଟେକର ବୋଲର। ପ୍ରଥମ ଟେଷ୍ଟରେ ଆମେ ଯେଉଁ ବୋଲିଂ ଆକ୍ରମଣ ଦେଖିଲୁ ତାଠୁ ଅଧିକ ପ୍ରଭାବଶାଳୀ ହୋଇ ପାରିବେ କୁଲଦୀପ।  ଇଂଲଣ୍ଡ ଖେଳାଳିଙ୍କୁ କୁଲଦୀପଙ୍କୁ ଖେଳିବା ମୁସ୍କିଲ ହେବ। ଯଦି କୁଲଦୀପ ଭଲ ଫର୍ମରେ ଥି

ଭାରତ ପାଇଁ କୁଲଦୀପ ଯାଦବ ଶେଷ ଆଶା ? ସମର୍ଥନରେ ଓହ୍ଲାଇଲେ ମାଇକେଲ୍ କ୍ଲାର୍କ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଆକ୍ରମଣ ଦୁର୍ବଳ ନଜର ଆସିଛି। ଯଶପ୍ରୀତ ବୁମରାଙ୍କୁ ଛାଡ଼ି ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଶାର୍ଦ୍ଦୁଳ ଠାକୁର ପ୍ରଭାବହୀନ ସହ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଦଳରେ ଏକମାତ୍ର ସ୍ପିନର ଭାବେ ଖେଳୁଥିବା ରବୀନ୍ଦ୍ର ଜାଡ଼େଜାଙ୍କୁ କେବଳ ଗୋଟିଏ ଓ୍ଵିକେଟ୍ ମିଳିଛି। ଜାଡ଼େଜା ଶାଣିତ ବୋଲିଂ କରିଥିଲେ ହେଁ ଅନ୍ୟ ପାର୍ଶ୍ଵରୁ ତାଙ୍କୁ ଉତ୍ତମ ସହଯୋଗ ମିଳି ନ ଥିଲା। ଏହି କାରଣର ପୂର୍ବତନ କ୍ରିକେଟର ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହାନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କଙ୍କ ମତରେ ଭାରତୀୟ ଦଳ ପ୍ରବନ୍ଧକ କୁଲଦୀପ ଯାଦବଙ୍କୁ ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବା ଉଚିତ୍।

ମାଇକେଲ୍ କ୍ଲାର୍କ ଏକ ପୋଡକାଷ୍ଟରେ କହିଛନ୍ତି, ବୋଲିଂ ହିସାବରେ ମୁଁ କୌଣସି ଗୋଟିଏ ବୋଲରକୁ ନେଇ କିଛି ଟିପ୍ପଣୀ କରିବି ନାହିଁ। ମାତ୍ର ମୋତେ ଲାଗୁଛି କୁଲଦୀପଙ୍କୁ ମ୍ୟାଚ୍‌ରେ ସାମିଲ୍ କରିବାକୁ ପଡ଼ିବ। ମୋତେ ଲାଗୁଛି ଏହା ହିଁ ଭାରତ ପାଇଁ ସହଜ ହେବ। କାରଣ କୁଲଦୀପ ଓ୍ଵିକେଟ୍ ଟେକର ବୋଲର। ପ୍ରଥମ ଟେଷ୍ଟରେ ଆମେ ଯେଉଁ ବୋଲିଂ ଆକ୍ରମଣ ଦେଖିଲୁ ତାଠୁ ଅଧିକ ପ୍ରଭାବଶାଳୀ ହୋଇ ପାରିବେ କୁଲଦୀପ।  ଇଂଲଣ୍ଡ ଖେଳାଳିଙ୍କୁ କୁଲଦୀପଙ୍କୁ ଖେଳିବା ମୁସ୍କିଲ ହେବ। ଯଦି କୁଲଦୀପ ଭଲ ଫର୍ମରେ ଥିବେ ତେବେ ସେ ସିରିଜରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇ ପାରନ୍ତି। କାରଣ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାକୁ ପସନ୍ଦ କରିଥାଏ। ଆଉ ତାଙ୍କ ଖେଳକୁ କୁଲଦୀପଙ୍କ ବୋଲିଂ ଭାରତର ରଣନୀତି ପାଇଁ ବେଶ ସହାୟକ ହେବ।

Also read: ଇଂଲଣ୍ଡର ଦ୍ଵିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା, ୪ ବର୍ଷ ପରେ ଫେରିଲେ ଘାତକ ବୋଲର

ସେ ଏହା ମଧ୍ୟ କହିଛନ୍ତି, ଭାରତ ଅତିରିକ୍ତ ବ୍ୟାଟର ବିଷୟରେ ଅଧିକ ଧ୍ୟାନ ଦେବା ଏବଂ ବ୍ୟାଟିଂରେ ଗଭୀରତା ପାଇଁ ଦଳ ନିଜର ନମ୍ବର ଓ୍ଵାନ ସ୍ପିନରଙ୍କୁ ସାମିଲ୍ କରୁନି। କିନ୍ତୁ ଇଂଲଣ୍ଡରେ ଜିତିବା ପାଇଁ ଆପଣଙ୍କୁ ୨୦ ଓ୍ଵିକେଟ୍ ଦରକାର। ବୁମରା ତାରକା ବୋଲର ଏବଂ ସେ ଦଳର ବୋଲିଂର ନେତୃତ୍ଵ ନେଉଛନ୍ତି। କିନ୍ତୁ ଅନ୍ୟ ତିନି ଦ୍ରୁତ ବୋଲରଙ୍କୁ ସଫଳ ହେବା ପାଇଁ ଅନ୍ୟ ତରିକା ଖୋଜିବାକୁ ପଡ଼ିବ।

ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ଦିଲୀପ ଭେଙ୍କସରକାର, ମୋଣ୍ଟି ପାନେସର, ସଞ୍ଜୟ ମାଞ୍ଜରେକରଙ୍କ ପରି ବରିଷ୍ଠ ପୂର୍ବତନ ଖେଳାଳି କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଯୁକ୍ତି ବାଢି ସାରିଛନ୍ତି। ସଞ୍ଜୟ ମାଞ୍ଜରେକର ଜିଓଷ୍ଟାରରେ କହିଛନ୍ତି, କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରିବାକୁ ପଡ଼ିବ।