ଭାରତ-ପାକିସ୍ତାନ ମ୍ୟାଚ୍ରେ ଏହି ୫ ଖେଳାଳିଙ୍କ ଉପରେ ରହିବ ଦୁନିଆର ନଜର
ନୂଆଦିଲ୍ଲୀ: ଫଟାଫଟ୍ କ୍ରିକେଟ୍ର ସବୁଠୁ ବଡ଼ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ୍ର ସବୁଠୁ ଛୋଟ ଫର୍ମାଟ୍ ଟି-୨୦ କ୍ରିକେଟର ସବୁଠୁ ବଡ଼ ମଞ୍ଚ ଟି-୨୦ ବିଶ୍ଵକପ୍ ଭାରତୀୟ ସମୟ ଅନୁସାରେ ଜୁନ ୨ ତାରିଖରୁ ଆରମ୍ଭ ହେଉଛି। ତେବେ ମହାମୁକାବିଲା ଜୁନ ୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ରେ ଏମିତି ୫ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ, ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ଚେହେରା।୧ – ବିରାଟ କୋହଲିଆଇପିଏଲ୍ ୨୦୨୪ରେ ସବୁଠୁ ଅଧିକ ରନ କରିଥିବା ବିରାଟ କୋହଲି ବର୍ତ୍ତମାନ ଦମଦାର ଫର୍ମରେ ଥିଲେ। ସେ ଟି-୨୦ ବଶ୍ଵକପରେ ରନର ପାହାଡ଼ ଛିଡ଼ା କରି ପାରନ୍ତି। ବିଶେଷ କରି ପାକିସ୍ତାନ ବିପକ୍ଷରେ କୋହଲିଙ୍କ ବ୍ୟାଟ୍ ଗର୍ଜିଥାଏ। ଗତ ଟି-୨୦ ବିଶ୍ଵକପ୍ରେ କୋହଲି ନିଜ ଦମରେ ପାକିସ୍ତାନ ବିପକ୍ଷରେ ଭାରତକୁ ବିଜୟୀ କରାଇଥିଲେ।୨ – ବାବର ଆଜମପାକିସ୍ତାନର ଅଧିନାୟକ ବାବର ଆଜମ ନିଜର ଷ୍ଟାଇଲିସ ବ୍ୟାଟିଂ ପାଇଁ ପରିଚିତ। ହେଲେ ଏବେ ସେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳୁଛନ୍ତି। ୨୦୨୧ ଟି-୨୦ବ ବିଶ୍ଵକପ୍ରେ ବାବର ଭାରତ ବିପକ୍ଷରେ ମ୍ୟାଚ୍ ବିଜେତା ଇନିଂସ ଖେଳିଥିଲେ। ଏଥର ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।୩ – ରୋହିତ ଶର୍ମାଆଇପିଏଲ୍ରେ ନିରାଶଜନକ ପ୍ରଦର୍ଶନ କରିଥିଲେ ହେଁ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ କରି ଆସ
ନୂଆଦିଲ୍ଲୀ: ଫଟାଫଟ୍ କ୍ରିକେଟ୍ର ସବୁଠୁ ବଡ଼ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ୍ର ସବୁଠୁ ଛୋଟ ଫର୍ମାଟ୍ ଟି-୨୦ କ୍ରିକେଟର ସବୁଠୁ ବଡ଼ ମଞ୍ଚ ଟି-୨୦ ବିଶ୍ଵକପ୍ ଭାରତୀୟ ସମୟ ଅନୁସାରେ ଜୁନ ୨ ତାରିଖରୁ ଆରମ୍ଭ ହେଉଛି। ତେବେ ମହାମୁକାବିଲା ଜୁନ ୯ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ରେ ଏମିତି ୫ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ, ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ଚେହେରା।
୧ – ବିରାଟ କୋହଲି
ଆଇପିଏଲ୍ ୨୦୨୪ରେ ସବୁଠୁ ଅଧିକ ରନ କରିଥିବା ବିରାଟ କୋହଲି ବର୍ତ୍ତମାନ ଦମଦାର ଫର୍ମରେ ଥିଲେ। ସେ ଟି-୨୦ ବଶ୍ଵକପରେ ରନର ପାହାଡ଼ ଛିଡ଼ା କରି ପାରନ୍ତି। ବିଶେଷ କରି ପାକିସ୍ତାନ ବିପକ୍ଷରେ କୋହଲିଙ୍କ ବ୍ୟାଟ୍ ଗର୍ଜିଥାଏ। ଗତ ଟି-୨୦ ବିଶ୍ଵକପ୍ରେ କୋହଲି ନିଜ ଦମରେ ପାକିସ୍ତାନ ବିପକ୍ଷରେ ଭାରତକୁ ବିଜୟୀ କରାଇଥିଲେ।
୨ – ବାବର ଆଜମ
ପାକିସ୍ତାନର ଅଧିନାୟକ ବାବର ଆଜମ ନିଜର ଷ୍ଟାଇଲିସ ବ୍ୟାଟିଂ ପାଇଁ ପରିଚିତ। ହେଲେ ଏବେ ସେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳୁଛନ୍ତି। ୨୦୨୧ ଟି-୨୦ବ ବିଶ୍ଵକପ୍ରେ ବାବର ଭାରତ ବିପକ୍ଷରେ ମ୍ୟାଚ୍ ବିଜେତା ଇନିଂସ ଖେଳିଥିଲେ। ଏଥର ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।
୩ – ରୋହିତ ଶର୍ମା
ଆଇପିଏଲ୍ରେ ନିରାଶଜନକ ପ୍ରଦର୍ଶନ କରିଥିଲେ ହେଁ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତି। ବିଶେଷ କରି ଆଇସିସି ଟୁର୍ଣ୍ଣାମେଣ୍ଟରେ ତାଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ସେ ନିଜ ଦମରେ ମ୍ୟାଚ୍ ଜିତାଇ ପାରନ୍ତି। ଟି-୨୦ ଅନ୍ତର୍ଜାତୀୟରେ ବଡ଼ ଇନିଂସ ଖେଳିବାରେ ମଧ୍ୟ ସେ ମାହିର।
୪ – ମହମ୍ମଦ ଆମିର
ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ପ୍ରତ୍ୟାହାର କରିଥିବା ମହମ୍ମଦ ଆମିରଙ୍କ ପ୍ରତି ଭାରତୀୟ ଦଳକୁ ସତର୍କ ରହିବାକୁ ପଡ଼ିବ। ଆମିର ନିଜର ସୁଇଙ୍ଗ ବଲ୍ରେ ବ୍ୟାଟରଙ୍କୁ ମୁସ୍କିଲରେ ପକାଇ ଥାଆନ୍ତି। ଆମିର ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୁଣି ଥରେ ମହମ୍ମଦ ଆମିରଙ୍କ ଉପରେ ସଭିଙ୍କ ନଜର ରହିବ।
୫ – ଶାହୀନ ଆଫ୍ରିଦି
ପାକିସ୍ତାନର ଦୁର୍ଦ୍ଦାନ୍ତ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ନୂଆ ବଲ୍ରେ ଭାରତକୁ ମୁସ୍କିଲରେ ପକାଇ ଆସିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ବାମହାତୀ ବୋଲରଙ୍କ ବିପକ୍ଷରେ ନାଚାର ରହିଛନ୍ତି। ତେଣୁ ଜୁନ ୯ ତାରିଖରେ ଶାହୀନଙ୍କ ଉପରେ ମଧ୍ୟ ନଜର ରହିବ।