ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳ ଘୋଷିତ, ୩ ବର୍ଷ ପରେ ଫେରିଲେ ଏହି ଅଲରାଉଣ୍ଡର
ନୂଆଦିଲ୍ଲୀ: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଗୁରୁବାର ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ୧୪ ଦଳିଆ ଘୋଷଣା କରିଛି। ବେନ ଷ୍ଟୋକ୍ସ ଦଳର ନେତୃତ୍ଵ ନେଉଥିବା ବେଳେ ଦଳରେ ଦ୍ରୁତ ବୋଲର ଅଲରାଉଣ୍ଡର ଜେମି ଓଭରଟନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ଜୁନ ୨୦ରୁ ଆରମ୍ଭ ହେବ। ଏହି ମୁକାବିଲା ଲିଡ୍ସର ହେଣ୍ଡିଗ୍ଲେରେ ଖେଳାଯିବ। ଆହତ ଗସ ଏଟିଙ୍କସନଙ୍କ ସ୍ଥାନରେ ଜେମି ଓଭରଟନଙ୍କୁ ସାମିଲ କରାଯାଇଛି। ଜେମି ୨୦୨୨ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଶେଷ ଥର ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ପ୍ରାୟ ତିନି ବର୍ଷ ପରେ ସେ ଦଳକୁ ଫେରିଛନ୍ତି। ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦଳର ନେତୃତ୍ଵ ନେବେ। ବରିଷ୍ଠ ବ୍ୟାଟର ଜୋ ରୁଟ୍, ଜ୍ୟାକ କ୍ରାଉଲି ଏବଂ ଓଲି ପୋପ୍ ଆଶା ମୁତାବକ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଯୁବ ଖେଳାଳି ଶୋଏବ ବଶିର, ଜ୍ୟାକବ ବେଥେଲ ଓ ଜେମି ସ୍ମିଥଙ୍କୁ ଦଳରେ ଚୟନ କରାଯାଇଛି।ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳବେନ ଷ୍ଟୋକ୍ସ(ଅଧିନାୟକ), ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଏଡନ କର୍ସ, ସାମ କୁକ, ଜ୍ୟାକ କ୍ରାଉଲି, ବେନ ଡକେଟ୍, ଜେମି ଓଭରଟନ, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ, କ୍ରିସ ଓ୍ଵକ୍ସ। ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ/ଓ୍ଵିକେଟ୍
ନୂଆଦିଲ୍ଲୀ: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଗୁରୁବାର ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ୧୪ ଦଳିଆ ଘୋଷଣା କରିଛି। ବେନ ଷ୍ଟୋକ୍ସ ଦଳର ନେତୃତ୍ଵ ନେଉଥିବା ବେଳେ ଦଳରେ ଦ୍ରୁତ ବୋଲର ଅଲରାଉଣ୍ଡର ଜେମି ଓଭରଟନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ଜୁନ ୨୦ରୁ ଆରମ୍ଭ ହେବ। ଏହି ମୁକାବିଲା ଲିଡ୍ସର ହେଣ୍ଡିଗ୍ଲେରେ ଖେଳାଯିବ।
ଆହତ ଗସ ଏଟିଙ୍କସନଙ୍କ ସ୍ଥାନରେ ଜେମି ଓଭରଟନଙ୍କୁ ସାମିଲ କରାଯାଇଛି। ଜେମି ୨୦୨୨ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଶେଷ ଥର ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ପ୍ରାୟ ତିନି ବର୍ଷ ପରେ ସେ ଦଳକୁ ଫେରିଛନ୍ତି। ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦଳର ନେତୃତ୍ଵ ନେବେ। ବରିଷ୍ଠ ବ୍ୟାଟର ଜୋ ରୁଟ୍, ଜ୍ୟାକ କ୍ରାଉଲି ଏବଂ ଓଲି ପୋପ୍ ଆଶା ମୁତାବକ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଯୁବ ଖେଳାଳି ଶୋଏବ ବଶିର, ଜ୍ୟାକବ ବେଥେଲ ଓ ଜେମି ସ୍ମିଥଙ୍କୁ ଦଳରେ ଚୟନ କରାଯାଇଛି।
ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ
ବେନ ଷ୍ଟୋକ୍ସ(ଅଧିନାୟକ), ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଏଡନ କର୍ସ, ସାମ କୁକ, ଜ୍ୟାକ କ୍ରାଉଲି, ବେନ ଡକେଟ୍, ଜେମି ଓଭରଟନ, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ, କ୍ରିସ ଓ୍ଵକ୍ସ।
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ
ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ/ଓ୍ଵିକେଟ୍ କିପର), ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ଵରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।
ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍ ସିଡ୍ୟୁଲ୍ ୨୦୨୫
ଜୁନ ୨୦ରୁ ୨୪- ପ୍ରଥମ ଟେଷ୍ଟ, ହେଣ୍ଡିଗ୍ଲେ
ଜୁଲାଇ ୨ରୁ ୬- ଦ୍ଵିତୀୟ ଟେଷ୍ଟ, ଆଜବେଷ୍ଟନ
ଜୁଲାଇ ୧୦ରୁ ୧୪- ତୃତୀୟ ଟେଷ୍ଟ, ଲର୍ଡ୍ସ
ଜୁଲାଇ ୨୩ରୁ ୨୭- ଚତୁର୍ଥ ଟେଷ୍ଟ, ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡ
ଜୁଲାଇ ୩୧ରୁ ଅଗଷ୍ଟ ୪- ପଞ୍ଚମ ଟେଷ୍ଟ, କିଆ ଓଭାଲ