ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍ଏସିରେ କରୁଛି ଏମିତି କାମ
ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଉତ୍ତେଜନା ହ୍ରାସ ଦିଗରେ ଚାଇନା ପକ୍ଷରୁ ଏପର୍ଯ୍ୟନ୍ତ କିଛି କରାଯାଇ ନ ଥିବା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଛି। ଲଦାଖର ଡେପସାଙ୍ଗ ଏବଂ ଡେମ୍ଚୋକରୁ ସୈନ୍ୟ ପ୍ରତ୍ୟାହାର ପରେ ଡେପ୍ସାଙ୍ଗରେ ଚାଇନାର ନୂଆ ପିଏଲ୍ଏ କ୍ୟାମ୍ପ୍ ଦେଖିବାକୁ ମିଳିଛି। ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର […] The post ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍ଏସିରେ କରୁଛି ଏମିତି କାମ appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଉତ୍ତେଜନା ହ୍ରାସ ଦିଗରେ ଚାଇନା ପକ୍ଷରୁ ଏପର୍ଯ୍ୟନ୍ତ କିଛି କରାଯାଇ ନ ଥିବା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଛି। ଲଦାଖର ଡେପସାଙ୍ଗ ଏବଂ ଡେମ୍ଚୋକରୁ ସୈନ୍ୟ ପ୍ରତ୍ୟାହାର ପରେ ଡେପ୍ସାଙ୍ଗରେ ଚାଇନାର ନୂଆ ପିଏଲ୍ଏ କ୍ୟାମ୍ପ୍ ଦେଖିବାକୁ ମିଳିଛି।
ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ, ସଂଘର୍ଷ କିମ୍ବା ଅପ୍ରୀତିକର ସ୍ଥିତି ଆଉ ଯେପରି ନ ଘଟେ, ସେଥିପାଇଁ ଫ୍ରିକ୍ସନ ପଏଣ୍ଟଗୁଡ଼ିକରୁ ସୈନ୍ୟ ପ୍ରତ୍ୟାହାର ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା, ଯାହା ପୂରଣ ହୋଇଛି। ସୀମାରେ ଉତ୍ତେଜନା ହ୍ରାସ କରିବା ପରବର୍ତ୍ତୀ ପ୍ରାଥମିକତା ବୋଲି ଜୟଶଙ୍କର କହିଥିଲେ। ତେବେ ହାଇରିଜଲ୍ୟୁଶନ୍ ସାଟେଲାଇଟ୍ ଫଟୋରୁ ଚାଇନା ପକ୍ଷ ଉତ୍ତେଜନା ହ୍ରାସ କରିବା ଦିଗରେ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ। ପଙ୍ଗୋଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱ ନିକଟବର୍ତ୍ତୀ ବିବାଦୀୟ ଅଞ୍ଚଳରେ ବେଜିଂ ଏହାର ସାମରିକ ଏବଂ ଦ୍ୱୈତ ବ୍ୟବହାରକ୍ଷମ ଭିତ୍ତିଭୂମିର
ବିକାଶ ଜାରି ରଖିଛି। ଡେପ୍ସାଙ୍ଗ ଏବଂ ଡେମ୍ଚୋକ୍ ସଂଘର୍ଷ ସ୍ଥଳରେ ୨୦୨୦ ମେ’ ସମୟର ସ୍ଥିତାବସ୍ଥା ବଜାୟ ରଖିବାକୁ ଉଭୟ ଦେଶ ରାଜି ହୋଇଥିଲେ। ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ବେଳେ ଫରଓ୍ବାର୍ଡ ପୋଜିଶନଗୁଡ଼ିକୁ ଖାଲି କରାଯିବା ପରେ ଡେସ୍ପାଙ୍ଗ ନିକଟରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ନୂଆ କ୍ୟାମ୍ପ ନିର୍ମାଣ କରିଥିବା ମହାକାଶ ସଂସ୍ଥା ମାକ୍ସାର ଟେକ୍ନୋଲୋଜିଜ୍ର ଡିସେମ୍ବର ୧୯ ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି।
The post ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍ଏସିରେ କରୁଛି ଏମିତି କାମ appeared first on Dharitri Odia News.