ଶୃଙ୍ଖଳା ହିଁ ସଫଳତାର ଚାବିକାଠି

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଏମ୍‌. ବାସୁଦେବପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ସୁଦାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଏଲ୍‌. ଉଷାରାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଆର୍‌ସିସି ତଥା ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ମୁଖ୍ୟବକ୍ତା, ସିଆର୍‌ସିସି […] The post ଶୃଙ୍ଖଳା ହିଁ ସଫଳତାର ଚାବିକାଠି appeared first on Dharitri Odia News.

ଶୃଙ୍ଖଳା ହିଁ ସଫଳତାର ଚାବିକାଠି

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଏମ୍‌. ବାସୁଦେବପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ସୁଦାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଏଲ୍‌. ଉଷାରାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଆର୍‌ସିସି ତଥା ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ମୁଖ୍ୟବକ୍ତା, ସିଆର୍‌ସିସି ସରିତା ନନ୍ଦ, ସରପଞ୍ଚ ପ୍ରତିନିଧି ଏମ୍‌. ସନ୍ତୋଷ କୁମାର, ଗ୍ରାମ କମିଟି କାର୍ଯ୍ୟକର୍ତ୍ତା ଏମ୍‌. ନରସିଂହ ଏବଂ ସିମାଞ୍ଚଳ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୃଙ୍ଖଳା ହିଁ ସଫଳତାର ଚାବିକାଠି ହୋଇଥିବାରୁ ଛାତ୍ରୀଛାତ୍ରମାନେ ବିଦ୍ୟା ଅଧ୍ୟୟନ ସାଙ୍ଗକୁ ଶୃଙ୍ଖଳା ଦିଗରେ ଯଥେଷ୍ଟ ଜ୍ଞାନ ଦେବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

The post ଶୃଙ୍ଖଳା ହିଁ ସଫଳତାର ଚାବିକାଠି appeared first on Dharitri Odia News.