ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି ଡ୍ରୋନ ୟୁକ୍ରେନ ଋଷିଆ ବିରୋଧରେ ବ୍ୟବହାର କରୁଥିବାବେଳେ ପାକିସ୍ତାନ ମଧ୍ୟ ଏହାକୁ ବ୍ୟବହାର କରୁଛି। ମାଳଦ୍ୱୀପ, ନିଜର ବିଶାଳ ଉପକୂଳ ଓ ସମୁଦ୍ର ସୀମା ଉପରେ ନଜର ରଖିବାକୁ ଏହି ଡ୍ରେନ କିଣୁଥିବା କହିଛି। […] The post ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌ appeared first on Dharitri Odia News.

ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି ଡ୍ରୋନ ୟୁକ୍ରେନ ଋଷିଆ ବିରୋଧରେ ବ୍ୟବହାର କରୁଥିବାବେଳେ ପାକିସ୍ତାନ ମଧ୍ୟ ଏହାକୁ ବ୍ୟବହାର କରୁଛି।

ମାଳଦ୍ୱୀପ, ନିଜର ବିଶାଳ ଉପକୂଳ ଓ ସମୁଦ୍ର ସୀମା ଉପରେ ନଜର ରଖିବାକୁ ଏହି ଡ୍ରେନ କିଣୁଥିବା କହିଛି। ମାଳଦ୍ୱୀପ ଏବେ ଭାରତ ବିରୋଧୀ ଦେଶ ସହ ନିଜର ସମ୍ପର୍କ ବଢାଇଛି। ନିକଟରେ ମୋଇଜୁ ପ୍ରଥମ ଥର ତୁର୍କୀ ଗସ୍ତ କରିବା ସହ ତୁର୍କୀ କମ୍ପାନୀ ବାୟକର ସହ ୩୭ମିଲିୟନ ଡଲାରର ଚୁକ୍ତି କରିଛନ୍ତି।

ସୂଚନାଥାଉ କି, କ୍ଷମତାକୁ ଆସିବା ପରେ ମୋଇଜୁ ଚାଇନା ଆଡକୁ ଢଳିବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। କହିରଖୁଛୁ କି, ମାଳଦ୍ୱୀପର ଅନେକ ରାଷ୍ଟ୍ରପତି ଭାରତ ସପକ୍ଷବାଦୀ ରହିବା ସହ କ୍ଷମତାସୀନ ପାଇବା ପରେ ଭାରତକୁ ପ୍ରଥମ ଗସ୍ତ କରିଥାନ୍ତି। କିନ୍ତୁ ପ୍ରଥମ ଥର ମୋଇଜୁ କ୍ଷମତାସୀନ ପରେ ଚାଇନା ଗସ୍ତ କରିଛନ୍ତି। ଏଥିସହ ମାର୍ଚ୍ଚ ୧୫ସୁଦ୍ଧା ମାଳଦ୍ୱୀପରୁ ସେନା ପ୍ରତ୍ୟାହାର କରିବା ନେଇ ଭାରତକୁ ସମୟ ଦେଇଛନ୍ତି।

The post ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌ appeared first on Dharitri Odia News.