ଭାରତକୁ ପ୍ରତିବର୍ଷ ୧ ଲକ୍ଷ କୋଟି ସାଇବର ଆକ୍ରମଣ ଭୟ
ନୂଆଦିଲ୍ଲୀ: ଭାରତରେ ସାଇବର ଆକ୍ରମଣ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ରିପୋର୍ଟ ଅନୁଯାୟୀ, ୨୦୩୩ ସୁଦ୍ଧା ଭାରତରେ ପ୍ରତିବର୍ଷ ପ୍ରାୟ ଏକ ହଜାର ବିଲିୟନ ସାଇବର ଆକ୍ରମଣ ହୋଇପାରେ। ୨୦୪୭ ସୁଦ୍ଧା ଏହି ସଂଖ୍ୟା ୧୭ ହଜାର ବିଲିୟନକୁ ବୃଦ୍ଧି ପାଇପାରେ। ଏହି ବଢ଼BଥÒବା ବିପଦକୁ ନେଇ ସାଇବର ସୁରକ୍ଷା ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ‘ପ୍ରହାର’ ନାମକ ଏକ […]

ନୂଆଦିଲ୍ଲୀ: ଭାରତରେ ସାଇବର ଆକ୍ରମଣ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ରିପୋର୍ଟ ଅନୁଯାୟୀ, ୨୦୩୩ ସୁଦ୍ଧା ଭାରତରେ ପ୍ରତିବର୍ଷ ପ୍ରାୟ ଏକ ହଜାର ବିଲିୟନ ସାଇବର ଆକ୍ରମଣ ହୋଇପାରେ। ୨୦୪୭ ସୁଦ୍ଧା ଏହି ସଂଖ୍ୟା ୧୭ ହଜାର ବିଲିୟନକୁ ବୃଦ୍ଧି ପାଇପାରେ। ଏହି ବଢ଼BଥÒବା ବିପଦକୁ ନେଇ ସାଇବର ସୁରକ୍ଷା ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
‘ପ୍ରହାର’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହାର ରିପୋର୍ଟ ‘ଅଦୃଶ୍ୟ ହାତ›ରେ କହିଛି ଯେ ଭାରତକୁ ଏକ ଦୃଢ଼ ତଥା ବୃହତ ଆକାରର ସାଇବର ସୁରକ୍ଷା ଯନ୍ତ୍ରର ଆବଶ୍ୟକତା ରହିଛି। ଭାରତର ଡିଜିଟାଲ ପରିବେଶ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ଭଲ କଥା, କିନ୍ତୁ ସେହି ସମୟରେ ବିପଦ ମଧ୍ୟ ବଢ଼ୁଛି। ଏମ୍ସ ଏବଂ ପ୍ରମୁଖ ବିମାନ କମ୍ପାନୀ ଉପରେ ସାଇବର ଆକ୍ରମଣ ଏହାର ସଦ୍ୟ ଉଦାହରଣ। ୨୦୨୩ରେ ଭାରତରେ ୭.୯ କୋଟିରୁ ଅଧିକ ସାଇବର ଆକ୍ରମଣ ହୋଇଥିଲା। ୨୦୨୨ ତୁଳନାରେ ଏହି ସଂଖ୍ୟା ୧୫ ପ୍ରତିଶତ ଅଧିକ। ବିଶ୍ୱରେ ସର୍ବାଧିକ ସାଇବର ଆକ୍ରମଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଚଳିତବର୍ଷ ଏହି ସାଇବର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ୨୦୨୪ ର ପ୍ରଥମ ତ୍ରୈମାସିକରେ ୫୦୦ ନିୟୁତରୁ ଅଧିକ ସାଇବର ଆକ୍ରମଣ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ହୋଇଥିବା ସାଇବର ଆକ୍ରମଣ ୨୦୨୩ର ସମାନ ସମୟ ତୁଳନାରେ ୪୬ ପ୍ରତିଶତ ବୃଦ୍ଧି ପାଇଛି।
ସାଇବର ଆକ୍ରମଣରେ ଏହି ବୃଦ୍ଧି ସମସ୍ତ ଶିଳ୍ପଗୁଡିକରେ ବିଶେଷ ଭାବରେ ସାଇବର ଅପରାଧୀଙ୍କ ଦ୍ବାରା ଟାର୍ଗେଟ କରାଯାଉଥିବା ସାଇବର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଦର୍ଶାଉଛି। ସର୍ବଭାରତୀୟ ସ୍ତରରେ, ୨୦୨୪ର ପ୍ରଥମ ତ୍ରୈମାସିକରେ ସାଇବର ଆକ୍ରମଣ ୭୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ରହିଛି। ୨୦୨୪ର ପ୍ରଥମ ଚାରି ମାସରେ ସାଇବର ଅପରାଧୀଙ୍କ ଯୋଗୁଁ ଭାରତୀୟମାନେ ୧୭୫୦ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି। ଜାତୀୟ ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲରେ ପଞ୍ଜୀକୃତ ୭.୪ ଲକ୍ଷ ଅଭିଯୋଗରୁ ଏହି ସୂଚନା ଗ୍ରହଣ କରାଯାଇଛି।
ଏକ ସୁଚିନ୍ତିତ, ୫ ବର୍ଷର ଜାତୀୟ ସାଇବର ସୁରକ୍ଷା ରଣନୀତିର ଆବଶ୍ୟକତା ଉପରେ ‘ପ୍ରହାର’ ଗୁରୁତ୍ୱାରୋପ କରିଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସମସ୍ତ ଆଇଟି ସମ୍ବନ୍ଧୀୟ ଭିତ୍ତିଭୂମି ଗୋଟିଏ ସଂଗଠନ କିମ୍ବା ମନ୍ତ୍ରଣାଳୟ ଅଧୀନରେ ଅଣାଯିବ। ଯାହା ଦ୍ବାରା ଏଥିପ୍ରତି ଧ୍ୟାନ ଦିଆଯାଇପାରିବ। ଏହି ରିପୋର୍ଟରେ ବ୍ୟାଟିଂ ଏବଂ ଗେମିଂ ଆପ୍ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ମଧ୍ୟ କୁହାଯାଇଛି। ଏହି ଆପଗୁଡ଼ିକ ଲୁକ୍କାୟିତ, ସୁଚିନ୍ତିତ ରଣନୀତି ଧାରଣ କରିଥାଏ। ‘ପ୍ରହାର’ର ସଭାପତି ଅଭୟ ମିଶ୍ର କୁହନ୍ତି, ଦୁଇ ପ୍ରକାର ସାଇବର ଆକ୍ରମଣ ହୋଇଛି। ପ୍ରଥମେ, ପାରମ୍ପରିକ ହ୍ୟାକର୍ ଯେଉଁମାନେ ଆର୍ଥିକ ଲାଭ ପାଇଁ ସିଷ୍ଟମରେ ଦୁର୍ବଳତାକୁ ଟାର୍ଗେଟ୍ କରିଥାନ୍ତି। ଦ୍ୱିତୀୟ ପ୍ରକାରର ଆକ୍ରମଣରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥାଏ। ଏହା ଲୋକମାନଙ୍କୁ ହେରଫେର, ଚାପ କିମ୍ବା ଧମକ ମାଧ୍ୟମରେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବାକୁ ଉତ୍ସାହିତ କରିଥାଏ।