ଭାରତର ପ୍ରମୁଖ ବିମାନ ଦୁର୍ଘଟଣା
ସମାଜ ଡିଜିଟାଲ ଡେସ୍କ: ଭାରତରେ ଅତୀତରେ ଅନେକ ବିମାନ ଦୁର୍ଘଟଣା ଘଟିଛି। ସେଥିରେ ବହୁ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଛି। ସେହି ଘଟଣାଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଉଛି। ୨୦୨୦ ଅଗଷ୍ଟ ୭: ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କେରଳର କୋଜିକୋଡ୍ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ, ୨୧ ମୃତ ୨୦୧୦ ମେ’ ୨୨: ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ମାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ, ୧୫୮ […]

ସମାଜ ଡିଜିଟାଲ ଡେସ୍କ: ଭାରତରେ ଅତୀତରେ ଅନେକ ବିମାନ ଦୁର୍ଘଟଣା ଘଟିଛି। ସେଥିରେ ବହୁ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଛି। ସେହି ଘଟଣାଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଉଛି।
୨୦୨୦ ଅଗଷ୍ଟ ୭: ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କେରଳର କୋଜିକୋଡ୍ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ, ୨୧ ମୃତ
୨୦୧୦ ମେ’ ୨୨: ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ମାଙ୍ଗାଲୋର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ, ୧୫୮ ମୃତ
୨୦୦୦ ଜୁଲାଇ ୧୭: ପାଟନା ବିମାନ ବନ୍ଦରରେ ଅବତରଣ ସମୟରେ ଆଲାଏନ୍ସ ଏୟାରର ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ୬୦ ମୃତ
୧୯୯୬ ନଭେମ୍ବର ୧୨: ଦିଲ୍ଲୀ ନିକଟରେ ସାଉଦି ଆରବ ଏୟାରଲାଇନ୍ସ ଓ କାଜାଖ୍ସ୍ତାନ ଏୟାରଲାଇନ୍ସ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା, ଉଭୟ ବିମାନର ୩୪୯ ଯାତ୍ରୀ ମୃତ
୧୯୯୩ ଏପ୍ରିଲ ୨୬: ଅଉରଙ୍ଗାବାଦରୁ ଉଡାଣ ଆରମ୍ଭ କରୁଥିବାବେଳେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ୫୫ ମୃତ
୧୯୯୧ ଅଗଷ୍ଟ ୧୬: ମଣିପୁରର ଇମ୍ଫାଲ ନିକଟରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ, ୬୯ ମୃତ
୧୯୯୦ ଫେବୃଆରୀ ୧୪: ବେଙ୍ଗାଲୁରୁ ବିମାନ ବନ୍ଦରରେ ଅବତରଣ ଉଦ୍ୟମ କରୁଥିବାବେଳେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ, ୯୨ ମୃତ
୧୯୮୮ ଅକ୍ଟୋବର ୧୯: ଅହମ୍ମଦାବାଦରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ, ୧୩୩ ମୃତ
୧୯୮୨ ଜୁନ ୨୧: ମୁମ୍ବଇ ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ