ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ଯୋଜନା
ନୂଆଦିଲ୍ଲୀ : ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ବା AI ବ୍ୟବହାର କରି ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଯୋଜନା । ଚୀନର ଏହି ଭୟଙ୍କର ଯୋଜନା ସଂପର୍କରେ ଭାରତକୁ ଅବଗତ କରିଛି ମାଇକ୍ରୋସଫ୍ଟ । କିଛି ଦିନ ତଳେ ତାଇୱାନରେ ହୋଇଥିବା ନିର୍ବାଚନରେ ଏହାର ଟ୍ରାଏଲ ରନ୍ କରିଥିଲା ଚୀନ । ଏବେ ଭାରତ, ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ନିର୍ବାଚନରେ ଏହାକୁ ପ୍ରୟୋଗ କରିବାକୁ ଯୋଜନା କରୁଛି। AI ବ୍ୟବହାର […] The post ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ଯୋଜନା appeared first on KNews Odisha.

ନୂଆଦିଲ୍ଲୀ : ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ବା AI ବ୍ୟବହାର କରି ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଯୋଜନା । ଚୀନର ଏହି ଭୟଙ୍କର ଯୋଜନା ସଂପର୍କରେ ଭାରତକୁ ଅବଗତ କରିଛି ମାଇକ୍ରୋସଫ୍ଟ । କିଛି ଦିନ ତଳେ ତାଇୱାନରେ ହୋଇଥିବା ନିର୍ବାଚନରେ ଏହାର ଟ୍ରାଏଲ ରନ୍ କରିଥିଲା ଚୀନ ।
ଏବେ ଭାରତ, ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ନିର୍ବାଚନରେ ଏହାକୁ ପ୍ରୟୋଗ କରିବାକୁ ଯୋଜନା କରୁଛି। AI ବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଯୋଜନା କରୁଛି। ଏଥିପାଇଁ ଚୀନର ସରକାରୀ ସାଇବର ଗ୍ରୁପ୍ ନିୟୋଜିତ ହୋଇଛନ୍ତି। ତେବେ AI ବ୍ୟବହାର କରି କେମିତି ନିର୍ବାଚନକୁ ପ୍ରଭାବିତ କରିବ ଚୀନ ? AI ଦ୍ବାରା ମିଥ୍ୟା କଣ୍ଟେଣ୍ଟ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିବ।
ଡିପଫେକ୍ ଭିଡିଓ ଏବଂ କେବେ ଘଟି ନଥିବା ଘଟଣା AI ଦ୍ବାରା ସୃଷ୍ଟି କରାଯିବ। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମିଥ୍ୟା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଇଲେ ତାହା ଜନମତକୁ ପ୍ରଭାବିତ କରିବ। ନିଜକୁ ସୁହାଇଲା ଭଳି ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ AI ଦ୍ବାରା କଣ୍ଟେଣ୍ଟ ତିଆରି କରିବ ଚୀନ୍। ଏଥିପାଇଁ ଚୀନ ଅଧିକ ପରୀକ୍ଷ ନିରୀକ୍ଷା ଚଳାଇଥିବା କହିଛି ମାଇକ୍ରୋସଫ୍ଟ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି AI ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥଇଲେ ମାଇକ୍ରୋସଫ୍ଟ ସହ ପ୍ରତିତଷ୍ଠାତା ବିଲ୍ ଗେଟ୍ସ।
The post ଭାରତର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନର ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ଯୋଜନା appeared first on KNews Odisha.