ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫, ୩୪ ବର୍ଷ ପରେ ମିଳିଲା ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ
ନୂଆଦିଲ୍ଲୀ: ୨୦୨୫ରେ ପୁରୁଷ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତରେ ହେବ । ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ଭାରତୀୟ କ୍ରିକେଟ୍ ବୋର୍ଡକୁ ପରବର୍ତ୍ତୀ ସଂସ୍କରଣର ଆୟୋଜନ ଦାୟିତ୍ୱ ଦେଇଛି । ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୩୪ ବର୍ଷ ପରେ ଭାରତ ଏସିଆ କପ୍ ଆୟୋଜକ ହେବାକୁ ଯାଉଛି । ଶେଷ ଥର ପାଇଁ ଭାରତ ୧୯୯୦-୯୧ରେ ଏସିଆ କପ୍ ଆୟୋଜନ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସଂସ୍କରଣ ଥିଲା । ସେହି ବର୍ଷ ଭାରତ କୋଲକାତାରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ ହୋଇଥିଲା । ସେହିପରି ୨୦୨୭ରେ ଏସିଆ କପ୍ ବାଂଲାଦେଶରେ ଖେଳାଯିବ । ୨୦୨୭ ଦିନିକିଆ ବିଶ୍ୱକପରୁ ନଜରରେ ରଖି ବାଂଲାଦେଶରେ ଓଡିଆଇ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ ।ଏସିସି ଟେଣ୍ଡର ଡକ୍ୟୁମେଣ୍ଟ ଅନୁସାରେ, ପୁରୁଷ ଏସିଆ କପ୍ର ପରବର୍ତ୍ତୀ ସଂସ୍କରଣରେ ୧୩ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଛଅ ଟିମ୍ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଭାଗ ନେବେ । ଷଷ୍ଠ ଟିମର ଚୟନ କ୍ୱାଲିଫାଇଙ୍ଗ ଇଭେଣ୍ଟ ଜରିଆରେ କରାଯିବ । ଏସିସିର ସୂତ୍ର ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସେପ୍ଟେମ୍ୱର ମାସରେ ହୋଇପାରେ ।ଉଲ୍ଲେଖଯୋଗ୍ୟ ଯେ ଭାରତ ଏସିଆ କପ୍ର ଡିଫେଣ୍ଡିଂ ଚାମ୍ପିୟନ । ଭାରତ ଗତ ବର୍ଷ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଟ୍ରଫି ଜିତିଥିଲା । ଗତ
ନୂଆଦିଲ୍ଲୀ: ୨୦୨୫ରେ ପୁରୁଷ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତରେ ହେବ । ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ଭାରତୀୟ କ୍ରିକେଟ୍ ବୋର୍ଡକୁ ପରବର୍ତ୍ତୀ ସଂସ୍କରଣର ଆୟୋଜନ ଦାୟିତ୍ୱ ଦେଇଛି । ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୩୪ ବର୍ଷ ପରେ ଭାରତ ଏସିଆ କପ୍ ଆୟୋଜକ ହେବାକୁ ଯାଉଛି । ଶେଷ ଥର ପାଇଁ ଭାରତ ୧୯୯୦-୯୧ରେ ଏସିଆ କପ୍ ଆୟୋଜନ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସଂସ୍କରଣ ଥିଲା । ସେହି ବର୍ଷ ଭାରତ କୋଲକାତାରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ ହୋଇଥିଲା । ସେହିପରି ୨୦୨୭ରେ ଏସିଆ କପ୍ ବାଂଲାଦେଶରେ ଖେଳାଯିବ । ୨୦୨୭ ଦିନିକିଆ ବିଶ୍ୱକପରୁ ନଜରରେ ରଖି ବାଂଲାଦେଶରେ ଓଡିଆଇ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ ।
ଏସିସି ଟେଣ୍ଡର ଡକ୍ୟୁମେଣ୍ଟ ଅନୁସାରେ, ପୁରୁଷ ଏସିଆ କପ୍ର ପରବର୍ତ୍ତୀ ସଂସ୍କରଣରେ ୧୩ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଛଅ ଟିମ୍ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଭାଗ ନେବେ । ଷଷ୍ଠ ଟିମର ଚୟନ କ୍ୱାଲିଫାଇଙ୍ଗ ଇଭେଣ୍ଟ ଜରିଆରେ କରାଯିବ । ଏସିସିର ସୂତ୍ର ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସେପ୍ଟେମ୍ୱର ମାସରେ ହୋଇପାରେ ।
ଉଲ୍ଲେଖଯୋଗ୍ୟ ଯେ ଭାରତ ଏସିଆ କପ୍ର ଡିଫେଣ୍ଡିଂ ଚାମ୍ପିୟନ । ଭାରତ ଗତ ବର୍ଷ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଟ୍ରଫି ଜିତିଥିଲା । ଗତ ବର୍ଷ ଏସିଆ କପ୍ ଆୟୋଜନ ଦାୟିତ୍ୱ ପାକିସ୍ତାନ ପାଖରେ ଥିଲା, କିନ୍ତୁ ଏହାକୁ ହାଇବ୍ରିଡ୍ ମେଡଲରେ ଆୟୋଜନ କରାଯାଇଥିଲା ।