ଭାରତୀୟ ନାବିକଙ୍କୁ ନେଇ ବର୍ଣ୍ଣବିଦ୍ୱେଷୀ କାର୍ଟୁନ
ବଲ୍ଟିମୋର,୩୦।୩: ଆମେରିକାର ମେରିଲାଣ୍ଡସ୍ଥିତ ବଲ୍ଟିମୋରରେ ମଙ୍ଗଳବାର ମଧ୍ୟରାତ୍ରରେ କଣ୍ଟେନର ବୋଝେଇ ଜାହାଜ ‘ଡାଲି’ ଧକ୍କା ଦେବାରୁ ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍ ଉପରେ ମରାମତି କରୁଥିବା ୬ ନିର୍ମାଣ ଶ୍ରମିକ ପାଟାପ୍ସ୍କେ ନଦୀକୁ ଖସି ପ୍ରାଣ ହରାଇଥିଲେ। ଦୁର୍ଘଟଣା ପୂର୍ବରୁ ଜାହାଜରେ ଥିବା ନାବିକମାନେ ପ୍ରଶାସନକୁ ଆଗୁଆ ଜଣାଇଦେବାରୁ ବହୁ ଜୀବନ ରକ୍ଷା କରାଯାଇପାରିଥିଲା। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମେତ ଅନେକେ ଭାରତୀୟ କ୍ରିଉଙ୍କୁ ପ୍ରଶଂସା କରିଥିବାବେଳେ […] The post ଭାରତୀୟ ନାବିକଙ୍କୁ ନେଇ ବର୍ଣ୍ଣବିଦ୍ୱେଷୀ କାର୍ଟୁନ appeared first on Dharitri Odia News.
ବଲ୍ଟିମୋର,୩୦।୩: ଆମେରିକାର ମେରିଲାଣ୍ଡସ୍ଥିତ ବଲ୍ଟିମୋରରେ ମଙ୍ଗଳବାର ମଧ୍ୟରାତ୍ରରେ କଣ୍ଟେନର ବୋଝେଇ ଜାହାଜ ‘ଡାଲି’ ଧକ୍କା ଦେବାରୁ ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍ ଉପରେ ମରାମତି କରୁଥିବା ୬ ନିର୍ମାଣ ଶ୍ରମିକ ପାଟାପ୍ସ୍କେ ନଦୀକୁ ଖସି ପ୍ରାଣ ହରାଇଥିଲେ। ଦୁର୍ଘଟଣା ପୂର୍ବରୁ ଜାହାଜରେ ଥିବା ନାବିକମାନେ ପ୍ରଶାସନକୁ ଆଗୁଆ ଜଣାଇଦେବାରୁ ବହୁ ଜୀବନ ରକ୍ଷା କରାଯାଇପାରିଥିଲା। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମେତ ଅନେକେ ଭାରତୀୟ କ୍ରିଉଙ୍କୁ ପ୍ରଶଂସା କରିଥିବାବେଳେ ଏକ ବର୍ଣ୍ଣବିଦ୍ୱେଷୀ ବ୍ୟଙ୍ଗଚିତ୍ରକୁ ନେଇ ବିବାଦ ଦେଖାଦେଇଛି। ଆମେରିକାର ‘ଅକ୍ସଫୋର୍ଡ କମିକ୍’ ଏକ୍ସ’ରେ ଏକ ଆନିମେଟେଡ୍ ଭିଡିଓ ଶେୟାର କରିଛି। ଏହି ଓ୍ବେବ୍କମିକ୍ରେ ଦର୍ଶାଯାଇଛି ଯେ, ଜାହାଜ ଭିତରକୁ ପାଣି ପଶିଆସିଥିବାବେଳେ ଭାରତୀୟ କ୍ରିଉମାନେ ଗାମୁଛା ପିନ୍ଧି ଆତଙ୍କିତ ଅବସ୍ଥାରେ ମୁଣ୍ଡରେ ହାତ ଦେଇଛନ୍ତି। କ୍ୟାପ୍ଶନରେ ଲେଖାଅଛି, ‘ଡାଲି’ ଭିତରର ରେକର୍ଡିଂ ହୋଇଥିବା ଶେଷ ଦୃଶ୍ୟ। ଏହାକୁ ୪.୨ ନିୟୁତରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି। ଏହି ବ୍ୟଙ୍ଗଚିତ୍ରକୁ ଭାରତୀୟଙ୍କ ପ୍ରତି ତାଚ୍ଛଲ୍ୟ ରୂପେ ଦେଖାଯାଉଛି। ସୋସିଆଲ ମିଡିଆ ୟୁଜରମାନେ ଅକ୍ସଫୋର୍ଡ କମିକ୍କୁ ସମାଲୋଚନା କରିଛନ୍ତି।
The post ଭାରତୀୟ ନାବିକଙ୍କୁ ନେଇ ବର୍ଣ୍ଣବିଦ୍ୱେଷୀ କାର୍ଟୁନ appeared first on Dharitri Odia News.