ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର, ଦୁଇ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର ।  ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ତମେଣ୍ଡା-ଗୋବିନ୍ଦପ୍ରସାଦ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଦୁଇଜଣ ଯୁବକ ହେଲେ ସିଲୁ ବେହେରା ଓ ସାଗର ଚାନ୍ଦ ପରିଡା । ଗୁରୁତର ଆହତ ଜଣଙ୍କ ବୁବୁନା ରାଉତ । ସମସ୍ତେ ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମର । ତିନିଜଣ […] The post ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର, ଦୁଇ ଜଣଙ୍କର ମୃତ୍ୟୁ appeared first on KNews Odisha.

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର, ଦୁଇ ଜଣଙ୍କର ମୃତ୍ୟୁ
acci

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର ।  ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ତମେଣ୍ଡା-ଗୋବିନ୍ଦପ୍ରସାଦ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଦୁଇଜଣ ଯୁବକ ହେଲେ ସିଲୁ ବେହେରା ଓ ସାଗର ଚାନ୍ଦ ପରିଡା ।

ଗୁରୁତର ଆହତ ଜଣଙ୍କ ବୁବୁନା ରାଉତ । ସମସ୍ତେ ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମର । ତିନିଜଣ ଯୁବକ କାର ଯୋଗେ ଭାପୁର ନିକଟକୁ ଯାଉଥିଲେ । ସମସ୍ତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବୁବୁନା ରାଉତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

The post ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର, ଦୁଇ ଜଣଙ୍କର ମୃତ୍ୟୁ appeared first on KNews Odisha.