ଭାଷା ଏବଂ ଧର୍ମ ପ୍ରସଙ୍ଗରେ ବୟାନବାଜୀ ନ କରିବାକୁ କଂଗ୍ରେସ-ଭାଜପାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନରେ ନେତାଙ୍କ ପ୍ରଚାର ଏବଂ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି। ନିର୍ବାଚନ ଆୟୋଗ ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିଜ ଦଳର ଷ୍ଟାର ପ୍ରଚାରକମାନଙ୍କୁ ସେମାନଙ୍କ ବିବୃତ୍ତି ସଂଶୋଧନ, ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରଚାରରେ ହ୍ରାସ ପାଉଥିବା ମର୍ଯ୍ୟାଦାକୁ ନଜରରେ ରଖି ଆୟୋଗ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଜାତି, ସୁରକ୍ଷା, ଭାଷା ଏବଂ […] The post ଭାଷା ଏବଂ ଧର୍ମ ପ୍ରସଙ୍ଗରେ ବୟାନବାଜୀ ନ କରିବାକୁ କଂଗ୍ରେସ-ଭାଜପାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନରେ ନେତାଙ୍କ ପ୍ରଚାର ଏବଂ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି। ନିର୍ବାଚନ ଆୟୋଗ ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିଜ ଦଳର ଷ୍ଟାର ପ୍ରଚାରକମାନଙ୍କୁ ସେମାନଙ୍କ ବିବୃତ୍ତି ସଂଶୋଧନ, ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନ ପ୍ରଚାରରେ ହ୍ରାସ ପାଉଥିବା ମର୍ଯ୍ୟାଦାକୁ ନଜରରେ ରଖି ଆୟୋଗ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଜାତି, ସୁରକ୍ଷା, ଭାଷା ଏବଂ ଧର୍ମ ଆଧାର ଉପରେ ପ୍ରଚାର କରିବାକୁ ଭାଜପା ଏବଂ କଂଗ୍ରେସ ଦୁହିଁଙ୍କୁ କଡ଼ା ନିଷ୍ପତି ଶୁଣାଇଛନ୍ତି। ଆୟୋଗ କହିଛନ୍ତି ଯେ, ନିର୍ବାଚନ କାରଣରୁ ଭାରତର ସାଂସ୍କୃତିକ ଏବଂ ସାମାଜିକ ପରିବେଶ ପ୍ରଭାବିତ ହେବାକୁ ଦିଆଯିବ ନାହିଁ।
ଏଥିସହିତ ସମାଜକୁ ବିଭାଜନ କରୁଥିବା ଭାଷଣ ଦେବା ବନ୍ଦ କରିବାକୁ ନିର୍ବାଚନ ଆୟୋଗ ଭାଜପାକୁ କହିଛନ୍ତି। ଅନ୍ୟପକ୍ଷରେ, ଅଗ୍ନିବୀର ଯୋଜନା ଉପରେ ଆୟୋଗ ତାରକା ପ୍ରଚାରକ ତଥା କଂଗ୍ରେସର ଅନ୍ୟ ପ୍ରାର୍ଥୀଙ୍କୁ ପ୍ରତିରକ୍ଷା ବାହିନୀକୁ ରାଜନୀତିକରଣ ନକରିବାକୁ ଏବଂ ପ୍ରତିରକ୍ଷା ବାହିନୀର ସାମାଜିକ-ଅର୍ଥନୈତିକ ଗଠନ ସମ୍ପର୍କରେ ବିଭାଜନକାରୀ ବିବୃତ୍ତି ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ଭାଷା ଏବଂ ଧର୍ମ ପ୍ରସଙ୍ଗରେ ବୟାନବାଜୀ ନ କରିବାକୁ କଂଗ୍ରେସ-ଭାଜପାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ appeared first on Dharitri Odia News.