ମା’ ହେଲେ ୟାମୀ ଗୌତମ
ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ ଆଦିତ୍ୟ ଧର ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଉଭୟ ଏକ ପୋଷ୍ଟ ଶେୟାର କରି ପୁଅର ଜନ୍ମ ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଏହି ଦମ୍ପତି ପୋଷ୍ଟ କରି ଡାକ୍ତର ଏବଂ ଗଣମାଧ୍ୟମକୁ କୃତଜ୍ଞତା […] The post ମା’ ହେଲେ ୟାମୀ ଗୌତମ appeared first on Dharitri Odia News.
ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ ଆଦିତ୍ୟ ଧର ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଉଭୟ ଏକ ପୋଷ୍ଟ ଶେୟାର କରି ପୁଅର ଜନ୍ମ ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ସେ ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି।
ଏହି ଦମ୍ପତି ପୋଷ୍ଟ କରି ଡାକ୍ତର ଏବଂ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଛନ୍ତି। ସେମାନେ ନିଜ ପୁଅର ନାମ ବେଦବିଦ୍ (VEDAVID) ରଖିଛନ୍ତି। ତାଙ୍କ ପୁଅ ଅକ୍ଷୟ ତୃତୀୟାରେ ଜନ୍ମଗ୍ରହଣ କରିଥିଲେ। ବେଦବିଦ୍ ନାମର ଅର୍ଥ ହେଉଛି,ଯାହାର ବେଦ ବିଷୟରେ ଜ୍ଞାନ ଅଛି ।
ୟାମି ଏବଂ ଆଦିତ୍ୟ ଉରି: ଦି ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମରେ ଏକାଠି କାମ କରିଥିଲେ। ୟାମି ଜଣେ ଅଭିନେତ୍ରୀ ଏବଂ ଆଦିତ୍ୟ ନିର୍ଦ୍ଦେଶକ। ସେମାନେ ୪ ଜୁନ ୨୦୨୧ରେ ବିବାହ କରିଥିଲେ।
The post ମା’ ହେଲେ ୟାମୀ ଗୌତମ appeared first on Dharitri Odia News.