ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର
କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଙ୍ଗନଓ୍ବାଡି ସୁପରଭାଇଜର ରେଣୁକା ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗୁରୁବାର ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଅଙ୍ଗନଓ୍ବାଡି ସୁପରଭାଇଜରଙ୍କୁ ଧରିଥିଲା। ଏଥିସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ଏକ […] The post ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର appeared first on Dharitri Odia News.
କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଙ୍ଗନଓ୍ବାଡି ସୁପରଭାଇଜର ରେଣୁକା ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗୁରୁବାର ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଅଙ୍ଗନଓ୍ବାଡି ସୁପରଭାଇଜରଙ୍କୁ ଧରିଥିଲା। ଏଥିସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା(ନଂ.୧୪/୨୦୨୫) ରୁଜୁ କରି ଅଙ୍ଗନଓ୍ବାଡି ସୁପରଭାଇଜର ରେଣୁକାଙ୍କୁ ଗିରଫ କରାଯାଇ ଜୟପୁର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷେ ଆୟ ବର୍ହିଭୂତ ସମ୍ପତ୍ତି ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଣୁକାଙ୍କ ଲକ୍ଷ୍ମୀପୁରସ୍ଥିତ ବାସଭବନ, କାର୍ଯ୍ୟାଳୟ, ବନ୍ଧୁଗାଁ ବ୍ଲକର ତୁରୁକପେଟା ସ୍ଥିତ ନିଜ ଘର ସମେତ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର appeared first on Dharitri Odia News.