ଭିଡିଓ କଲ୍‌ରେ ଆତ୍ମସମର୍ପଣ କରିବାକୁ ବୁଝାଇଥିଲେ ମା’, ହେଲେ ମାନିଲାନି ଆତଙ୍କବାଦୀ ପୁଅ

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ମାଆକୁ ଭିଡିଓ କଲ୍ କରି କଥା ହୋଇଥିଲା କୁଖ୍ୟାତ ଆତଙ୍କବାଦୀ। ଆତ୍ମସମର୍ପଣ କରିବାକୁ ମାଆ ଯେତେ ବୁଝାଇଲେ ବି ସେ ଶୁଣି ନଥିଲା। କାରଣ ତା’ ମୁଣ୍ଡରେ ଜିହାଦର ନିଶା ଚଢ଼ିଥିଲା। ଶେଷରେ ଗୁରୁବାର ସକାଳେ ସେନା ଏନ୍‌କାଉଣ୍ଟରେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁ ପୂର୍ବରୁ ଆତଙ୍କୀର ଭିଡିଓ କଲ୍‌ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏକେ-୪୭ ବନ୍ଧୁକ ଧରି ମାଆ ସହ ଭିଡିଓ କଲ୍‌ରେ କଥା ହେଉଥିବା ଆତଙ୍କବାଦୀ ହେଉଛି ଅମୀର ନଜୀର ୱାନୀ। ମାଆ ତାକୁ ସରେଣ୍ଡର କରିବାକୁ କହିବାରୁ ସେ କହୁଛି “ସେନା ଆଗକୁ ଆସୁ, ମୁଁ ଦେଖିନେବି।”  ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ସୁରକ୍ଷା ବାହିନୀ ୩ ତିନି ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି। ଏହି ୩ ଆତଙ୍କବାଦୀ ମଧ୍ୟରେ ରହିଛି ଆମିର ୱାନୀ। ଏନକାଉଣ୍ଟରରେ ନିହତ ତିନି ଜଣ ଆତଙ୍କବାଦୀଙ୍କ ନାଁ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍। ଏମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା।  ସେନା ସହିତ ଗୁଳିବିନିମୟ ଆରମ୍ଭ ହେବା ପୂର୍ବରୁ ଅମିର ଯେଉଁ ଘରୁ ଲୁଚି ରହିଥିଲା ସେହିଠାରୁ ତା’ ମାଆଙ୍କୁ ଭିଡିଓ କଲ୍ କରିଥିଲା। ଅମିର ମା’ ଓ ଭଉଣୀ ସହ ଭିଡିଓ କଲରେ କଥା ହୋଇଥିଲା। ସାଥି ଆତଙ୍କବାଦୀ ଆସିଫ୍‌ର ଭଉଣୀ ସହ ମଧ୍ୟ ସେ କଥା ହୋଇଥିଲା ଅମୀର। ଅସିଫ୍‌

ଭିଡିଓ କଲ୍‌ରେ ଆତ୍ମସମର୍ପଣ କରିବାକୁ ବୁଝାଇଥିଲେ ମା’, ହେଲେ ମାନିଲାନି ଆତଙ୍କବାଦୀ ପୁଅ

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବରୁ ମାଆକୁ ଭିଡିଓ କଲ୍ କରି କଥା ହୋଇଥିଲା କୁଖ୍ୟାତ ଆତଙ୍କବାଦୀ। ଆତ୍ମସମର୍ପଣ କରିବାକୁ ମାଆ ଯେତେ ବୁଝାଇଲେ ବି ସେ ଶୁଣି ନଥିଲା। କାରଣ ତା’ ମୁଣ୍ଡରେ ଜିହାଦର ନିଶା ଚଢ଼ିଥିଲା। ଶେଷରେ ଗୁରୁବାର ସକାଳେ ସେନା ଏନ୍‌କାଉଣ୍ଟରେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁ ପୂର୍ବରୁ ଆତଙ୍କୀର ଭିଡିଓ କଲ୍‌ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। 

ଏକେ-୪୭ ବନ୍ଧୁକ ଧରି ମାଆ ସହ ଭିଡିଓ କଲ୍‌ରେ କଥା ହେଉଥିବା ଆତଙ୍କବାଦୀ ହେଉଛି ଅମୀର ନଜୀର ୱାନୀ। ମାଆ ତାକୁ ସରେଣ୍ଡର କରିବାକୁ କହିବାରୁ ସେ କହୁଛି “ସେନା ଆଗକୁ ଆସୁ, ମୁଁ ଦେଖିନେବି।”  

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ସୁରକ୍ଷା ବାହିନୀ ୩ ତିନି ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି। ଏହି ୩ ଆତଙ୍କବାଦୀ ମଧ୍ୟରେ ରହିଛି ଆମିର ୱାନୀ। ଏନକାଉଣ୍ଟରରେ ନିହତ ତିନି ଜଣ ଆତଙ୍କବାଦୀଙ୍କ ନାଁ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍। ଏମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା।  

ସେନା ସହିତ ଗୁଳିବିନିମୟ ଆରମ୍ଭ ହେବା ପୂର୍ବରୁ ଅମିର ଯେଉଁ ଘରୁ ଲୁଚି ରହିଥିଲା ସେହିଠାରୁ ତା’ ମାଆଙ୍କୁ ଭିଡିଓ କଲ୍ କରିଥିଲା। ଅମିର ମା’ ଓ ଭଉଣୀ ସହ ଭିଡିଓ କଲରେ କଥା ହୋଇଥିଲା। ସାଥି ଆତଙ୍କବାଦୀ ଆସିଫ୍‌ର ଭଉଣୀ ସହ ମଧ୍ୟ ସେ କଥା ହୋଇଥିଲା ଅମୀର। ଅସିଫ୍‌ର ଭଉଣୀ ଭିଡିଓ କଲ୍‌ରେ ତାଙ୍କ ଭାଇ କଥା ପଚାରୁଥିବାର ଦେଖିବାକୁ ମିଳିଛି। ସୁରକ୍ଷା ବାହିନୀ ଚାହୁଁଥିଲେ ଯେ ଏହି ଆତଙ୍କବାଦୀମାନେ ଆତ୍ମସମର୍ପଣ କରନ୍ତୁ, କିନ୍ତୁ ଆତ୍ମସମର୍ପଣ କରିବା ପରିବର୍ତ୍ତେ ସେମାନେ ଜବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ବାଧ୍ୟ ହୋଇ ସେନା ସେମାନଙ୍କୁ ଏନ୍‌କାଉଣ୍ଟର କରିଛି। 

ପହଲଗାମ ଆତଙ୍କବାଦୀ ପରେ ଭାରତ ଅପରେସନ ସିନ୍ଦୂର କରି ପାକିସ୍ତାନରେ ଆତଙ୍କୀ ଠିକଣାକୁ ନଷ୍ଟ କରିଥିଲା। ଏହାପରେ ଆତଙ୍କବାଦୀମାନେ ମଧ୍ୟ ଭାରତରେ ଆହୁରି ରକ୍ତପାତ କରିବାକୁ ଶପଥ ନେଇଛନ୍ତି। ସେବେଠାରୁ ଜାମ୍ମୁ-କାଶ୍ମୀରର ଆତଙ୍କୀ ନିପାତ କାର୍ଯ୍ୟ ଜାରି ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଏହା ସେନାର ଦ୍ୱିତୀୟ ଏନକାଉଣ୍ଟର।



ଏହା ପୂର୍ବରୁ ଶୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଅପରେସନ କରି ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ନିହତ କରିବାର ଦୁଇ ଦିନ ପରେ ତ୍ରାଲ୍‌ର ଏହି ଏନ୍‌କାଉଣ୍ଟର କରାଯାଇଛି। ତେବେ ଶୋପିଆନରେ ନିହତ ଆତଙ୍କବାଦୀଙ୍କଠାରୁ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ତିନୋଟି AK-47 ରାଇଫଲ୍ ଜବତ କରାଯାଇଛି।