ଭିତର ରତ୍ନଭଣ୍ଡାରର ଅଳଙ୍କାର ସଂପୂର୍ଣ୍ଣ ସ୍ଥାନାନ୍ତର, ସରକାର କହିଲେ ସ୍କାନିଂ ହେବ: ଜଷ୍ଟିସ ରଥ
ପୁରୀ: ଆଜି ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଛି। ଶ୍ରୀମନ୍ଦିରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ଵନାଥ ରଥ ଏହି ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ସ୍ଥାନାନ୍ତରଣ ପାଇଁ ପାଖାପାଖି ସାଢେ ୭ ଘଣ୍ଟାର ସମୟ ଲାଗିଥିବା ରଥ କହିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଜଷ୍ଟିସ ରଥ କହିଛନ୍ତି, କମିଟି ସଦସ୍ୟମାନେ ଆଜି ସକାଳ ୮ଟାରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରିରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମସ୍ତଙ୍କ ସହଯୋଗରେ ଏବଂ ଭଗବାନଙ୍କ ଆଶୀର୍ବାଦରେ ସାଢେ ୭ ଘଣ୍ଟାର ପରିଶ୍ରମ ପରେ ସଂପୂର୍ଣ୍ଣ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି। ଅପରାହ୍ଣ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ। କେବଳ କଟର ଓ ଇଲେକ୍ଟ୍ରିକ ସହାୟକଙ୍କ ଛଡ଼ା ଆଉ କାହାର ସହଯୋ
ପୁରୀ: ଆଜି ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଛି। ଶ୍ରୀମନ୍ଦିରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ଵନାଥ ରଥ ଏହି ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ସ୍ଥାନାନ୍ତରଣ ପାଇଁ ପାଖାପାଖି ସାଢେ ୭ ଘଣ୍ଟାର ସମୟ ଲାଗିଥିବା ରଥ କହିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଜଷ୍ଟିସ ରଥ କହିଛନ୍ତି, କମିଟି ସଦସ୍ୟମାନେ ଆଜି ସକାଳ ୮ଟାରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରିରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମସ୍ତଙ୍କ ସହଯୋଗରେ ଏବଂ ଭଗବାନଙ୍କ ଆଶୀର୍ବାଦରେ ସାଢେ ୭ ଘଣ୍ଟାର ପରିଶ୍ରମ ପରେ ସଂପୂର୍ଣ୍ଣ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି। ଅପରାହ୍ଣ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ। କେବଳ କଟର ଓ ଇଲେକ୍ଟ୍ରିକ ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲା ନାହିଁ।
ଜଷ୍ଟିସ ରଥ କହିଛନ୍ତି, ତିନୋଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ଦୁଇଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରୀ ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଥିଲା। ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି କ୍ରମରେ ହିଁ ରଖାଯାଇଥିଲା। ଏସଓପି ଅନୁଯାୟୀ, ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା।
ଭିତର ରତ୍ନଭନ୍ଡାରର ସଂପତ୍ତିକୁ ବାକ୍ସ ଜରିଆରେ ନେଇ ସବୁକୁ ଅସ୍ଥାୟୀ ରତ୍ନଭନ୍ଡାରକୁ ସ୍ତାନାନ୍ତର କରାଗଲା, ଏହାପରେ ସିଲ୍ କରାଗଲା।ସବୁ କାନ୍ଥ ଅନୁଧ୍ୟାନ କରିବା ସହ ଭିଡିଓ ଗ୍ରାଫି କରାଯାଇଛି। ପରବର୍ତ୍ତୀ ସମୟରେ ସରକାର ଯାହା କହିବେ ସେହି ହିସାବରେ କାର୍ଯ୍ୟ ହେବ। ସରକାରଙ୍କ ଅନୁମୋଦନ କ୍ରମେ ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ସରିଛି। ଆମେ ଯାହା ଦେଖିଲୁ ସେହି ଅନୁସାରେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ଦେଖି ପାରିଲୁନି।
ଜଷ୍ଟିସ ରଥ ଏହା ମଧ୍ୟ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। କାନ୍ଥକୁ ଆଉଜି ଥିବା ସବୁ ଆଲମାରୀ, ସିନ୍ଦୁକ କଢା ଯାଇଥିଲା। ଆମ ଆଖିରେ ଆମେ ସେତିକି କିଛି ସୁଡ଼ଙ୍ଗ ଦେଖି ପାରିଲୁନି। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ଏକ ଗୁଜବ। ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କହିବୁ। ଗୁପ୍ତ ଭଣ୍ଡାର କି ସୁଡ଼ଙ୍ଗ କିଛି ଦେଖି ପାରିଲୁନି। ତଥାପି ଯଦି ଏ ବିଷୟରେ ଆଲୋଚନା ହେଉଛି, ଆମେ ସରକାରଙ୍କୁ ପ୍ରସ୍ତାବ ଦେବୁ। ଏସଓପିରେ ଏ ନେଇ କୌଣସି ବ୍ୟବସ୍ଥା ନ ଥିବାରୁ ସରକାରଙ୍କୁ ଲେଜର ସ୍କାନିଂ ପାଇଁ ଅନୁରୋଧ କରିବୁ। ସରକାର ଅନୁମତି ଦେଲେ ଲେଜର ସ୍କାନିଂ ପାଇଁ ଆଗେଇବୁ।