ଭୀମ,ଭୈରବ କୁଣ୍ଡରେ ଜମିଲା ଭିଡ଼
ଠାକୁରମୁଣ୍ଡା,୧୫ା୧(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଭୀମକୁଣ୍ଡ ଓ ଭୈରବ କୁଣ୍ଡରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଚଳିତ ବର୍ଷ ପ୍ରବଳ ଜନସମାଗମ ହୋଇଥିଲା। ଭୀମକୁଣ୍ଡରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ସମବେତ ହୋଇଥିଲେ। ଏହି ଅବସରରେ ଭୀମକୁଣ୍ଡ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ୨ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୋଲିସ ଅଧିକାରୀ ବ୍ରଜମୋହନ ନାୟକ, ସମ୍ମାନିତ ଅତିଥି ଭାବେ ଠାକୁରମୁଣ୍ଡା ଥାନା ଓଆଇସି […] The post ଭୀମ,ଭୈରବ କୁଣ୍ଡରେ ଜମିଲା ଭିଡ଼ appeared first on Dharitri Odia News.
ଠାକୁରମୁଣ୍ଡା,୧୫ା୧(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଭୀମକୁଣ୍ଡ ଓ ଭୈରବ କୁଣ୍ଡରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଚଳିତ ବର୍ଷ ପ୍ରବଳ ଜନସମାଗମ ହୋଇଥିଲା। ଭୀମକୁଣ୍ଡରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ସମବେତ ହୋଇଥିଲେ।
ଏହି ଅବସରରେ ଭୀମକୁଣ୍ଡ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ୨ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୋଲିସ ଅଧିକାରୀ ବ୍ରଜମୋହନ ନାୟକ, ସମ୍ମାନିତ ଅତିଥି ଭାବେ ଠାକୁରମୁଣ୍ଡା ଥାନା ଓଆଇସି ସାବିତ୍ରୀ ଦଳେଇ, ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ, ଖବରଦାତା ମଧୁସୂଦନ ନନ୍ଦ ଓ ପଦ୍ମଲୋଚନ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ନିକଟ ସାଳନ୍ଦୀ ନଦୀର ବାଲିଘାଟଠାରେ ଥିବା ଭୈରବ କୁଣ୍ଡରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଥିଲା।
The post ଭୀମ,ଭୈରବ କୁଣ୍ଡରେ ଜମିଲା ଭିଡ଼ appeared first on Dharitri Odia News.