ଭୁବନେଶ୍ବର ଉପକଣ୍ଠରେ କାଳବୈଶାଖୀ ପ୍ରଭାବ, ବଜ୍ରପାତରେ ଜଳିଗଲା ଏକାଧିକ ଗଛ
ବାଲିପଟଣା: ଭୁବନେଶ୍ବର ଉପକଣ୍ଠରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହୋଇଛି। ରବିବାର ସନ୍ଧ୍ୟାରେ ବର୍ଷା ସାଙ୍ଗକୁ ପବନ ଏବଂ ବଜ୍ରପାତରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ତେବେ ବଜ୍ରପାତରେ ବାଲିପାଟଣା ଏବଂ ବାଲିଅନ୍ତାର ବିଭିନ୍ନ ସ୍ଥାନରେ ନଡ଼ିଆ ଗଛରେ ଅଗ୍ନିକାଣ୍ଡ ଘଟିଛି । ନହରକଣ୍ଟାରେ ବଜ୍ରପାତରେ ଏକ ନଡ଼ିଆ ଗଛ ଜଳି ଉଠିଥିଲା ।ସେହିଭଳି ବନମାଳୀପୁର, ନରୋଦା, ବାଲିପାଟଣା, ରାଜସଠାରେ ଗଛରେ ଘଡଘଡି ପଡ଼ି ନିଆଁ ଲାଗିଥିବା ବେଳେ କୁଳନ୍ତିରା ଗ୍ରାମ ମଲ୍ଲିକ ସାହିର ସନ୍ତୋଷ କୁମାର ମଲ୍ଲିକଙ୍କ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିଲା। ସେଥିରୁ ନିଆଁ ଖସି ପାଖରେ ଥିବା ଏକ ବିରାଟ ପାଳଗଦା ଜଳିବାକୁ ଲାଗିଥିଲା। ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବହୁଲୋକମାନଙ୍କର ବିଦ୍ୟୁତ୍ ସରଞ୍ଜାମ ପୋଡ଼ିଯାଇଛି। ସନ୍ଧ୍ୟାରୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଛି।
ବାଲିପଟଣା: ଭୁବନେଶ୍ବର ଉପକଣ୍ଠରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହୋଇଛି। ରବିବାର ସନ୍ଧ୍ୟାରେ ବର୍ଷା ସାଙ୍ଗକୁ ପବନ ଏବଂ ବଜ୍ରପାତରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ତେବେ ବଜ୍ରପାତରେ ବାଲିପାଟଣା ଏବଂ ବାଲିଅନ୍ତାର ବିଭିନ୍ନ ସ୍ଥାନରେ ନଡ଼ିଆ ଗଛରେ ଅଗ୍ନିକାଣ୍ଡ ଘଟିଛି । ନହରକଣ୍ଟାରେ ବଜ୍ରପାତରେ ଏକ ନଡ଼ିଆ ଗଛ ଜଳି ଉଠିଥିଲା ।
ସେହିଭଳି ବନମାଳୀପୁର, ନରୋଦା, ବାଲିପାଟଣା, ରାଜସଠାରେ ଗଛରେ ଘଡଘଡି ପଡ଼ି ନିଆଁ ଲାଗିଥିବା ବେଳେ କୁଳନ୍ତିରା ଗ୍ରାମ ମଲ୍ଲିକ ସାହିର ସନ୍ତୋଷ କୁମାର ମଲ୍ଲିକଙ୍କ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିଲା। ସେଥିରୁ ନିଆଁ ଖସି ପାଖରେ ଥିବା ଏକ ବିରାଟ ପାଳଗଦା ଜଳିବାକୁ ଲାଗିଥିଲା। ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବହୁଲୋକମାନଙ୍କର ବିଦ୍ୟୁତ୍ ସରଞ୍ଜାମ ପୋଡ଼ିଯାଇଛି। ସନ୍ଧ୍ୟାରୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଛି।