ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ମଧୁପାଟଣା ରାଜେନ୍ଦ୍ର ନଗରରେ ପୋଲିସର ଛାନଭିନ୍
କଟକ ୧୮।୮: ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ । କଟକ ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ଠାବ ହୋଇଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ସିମ୍ ବକ୍ସ ଠାବ ସ୍ଥଳରେ ପହଞ୍ଚିଛି ପୋଲିସ ।୫ ଦିନ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ଘାଣ୍ଟୁଛି ପୋଲିସ । ୧୪ ଦିନିଆ ଆବେଦନ କରିଥିବା ବେଳେ ୫ ଦିନ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ମିଳିଥିଲା । ସିମ୍ ବକ୍ସ ଜବତ ଘଟଣାରେ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ପାଇଁ NIA ଓ IB ଭୁବନେଶ୍ୱର ଆସୁଥିବା ସୂଚନା ମିଳିଛି । ସିମ୍ ବକ୍ସର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲ ସହାୟତା ନେବ କମିଶନରେଟ୍ ପୋଲିସ । ଏନେଇ ସିବିଆଇ ଏବଂ ଗୃହ ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ଦେଲା ପୋଲିସ । NIA ଏବଂ IB କମିଶନରେଟ୍ ପୋଲିସକୁ ତଦନ୍ତରେ ସହାୟତା କରିବ ବୋଲି ସୂଚନା ମିଳିଛି । ୬ ମାସ ଧରି ଭଡ଼ାରେ ରହୁଥିବା ରାଜୁ ମଣ୍ଡଳ ପାଇଁ ଓଡ଼ିଶାକୁ ଆସିଥିଲା ବାଂଲାଦେଶୀ ମାଷ୍ଟରମାଇଣ୍ଡ । ଦୁଇ ମାସ ଧରି ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଲୁଚି ରହିଥିଲା । ଏନେଇ କିଭଳି କମିଶନରେଟ୍ ପୋଲିସ ଜାଣିପାରିଲା ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଚାନ୍ଦିପୁରର ଡିଆରଡିଓ, ପାରାଦୀପ ପୋର୍ଟ ଓ ଅନେକ ଭୁବନେଶ୍ୱର ଓଡ଼ିଶାର ଗୁର
କଟକ ୧୮।୮: ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ । କଟକ ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ଠାବ ହୋଇଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ସିମ୍ ବକ୍ସ ଠାବ ସ୍ଥଳରେ ପହଞ୍ଚିଛି ପୋଲିସ ।
୫ ଦିନ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ଘାଣ୍ଟୁଛି ପୋଲିସ । ୧୪ ଦିନିଆ ଆବେଦନ କରିଥିବା ବେଳେ ୫ ଦିନ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ମିଳିଥିଲା । ସିମ୍ ବକ୍ସ ଜବତ ଘଟଣାରେ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ପାଇଁ NIA ଓ IB ଭୁବନେଶ୍ୱର ଆସୁଥିବା ସୂଚନା ମିଳିଛି ।
ସିମ୍ ବକ୍ସର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲ ସହାୟତା ନେବ କମିଶନରେଟ୍ ପୋଲିସ । ଏନେଇ ସିବିଆଇ ଏବଂ ଗୃହ ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ଦେଲା ପୋଲିସ । NIA ଏବଂ IB କମିଶନରେଟ୍ ପୋଲିସକୁ ତଦନ୍ତରେ ସହାୟତା କରିବ ବୋଲି ସୂଚନା ମିଳିଛି ।
୬ ମାସ ଧରି ଭଡ଼ାରେ ରହୁଥିବା ରାଜୁ ମଣ୍ଡଳ ପାଇଁ ଓଡ଼ିଶାକୁ ଆସିଥିଲା ବାଂଲାଦେଶୀ ମାଷ୍ଟରମାଇଣ୍ଡ । ଦୁଇ ମାସ ଧରି ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଲୁଚି ରହିଥିଲା । ଏନେଇ କିଭଳି କମିଶନରେଟ୍ ପୋଲିସ ଜାଣିପାରିଲା ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଚାନ୍ଦିପୁରର ଡିଆରଡିଓ, ପାରାଦୀପ ପୋର୍ଟ ଓ ଅନେକ ଭୁବନେଶ୍ୱର ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ତଥ୍ୟ ନେଇଥିବା ସୂଚନା । ଏନେଇ ଏହି ଦିଗରେ ତଦନ୍ତ କରୁଛି ଏନଆଇଏ, ଆଇବି ଏବଂ କମିଶନରେଟ୍ ପୋଲିସ । ରିମାଣ୍ଡ ସମୟର ଆଶାଦ୍ଦୁର ଜମାନ ସମ୍ପର୍କରେ ଅନେକ ତଥ୍ୟ ଓଗାଳିଛି ରାଜୁ ମଣ୍ଡଳ । ଏହି ଘଟଣା ପରେ ଆଲର୍ଟରେ ସୁରକ୍ଷା ବିଭାଗ । ଟାର୍ଗେଟରେ ଆଶାଦ୍ଦୁର ଜମାନ କେବେ ଧରାପଡୁଛି ? କେଉଁ ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥାର ଏହି କାମ ତାହା ଜଣାପଡିବ ।
You Can Read:
ସିମ୍ ବକ୍ସ ତନାଘନା : ରାଜୁ ମଣ୍ଡଳକୁ ଭୁବନେଶ୍ବରରେ ଭେଟିଥିଲା ଆଶାଦ୍ଦୁର ଜମାନ, ୨ ମାସ ଲୁଚି ରହିଥିଲା