ଭୁବନେଶ୍ବର ଲିଙ୍ଗରାଜବିହାରରେ ଭୁଶୁଡ଼ିଲା କୋଠା: ଜଣେ ମୃତ, ୨ ଶ୍ରମିକ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ । କୋଠା ଭୁଶୁଡ଼ି ପଡିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ଧରଣୀଧର ଦତ୍ତ । ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ । ସେହିଭଳି ଆହତ ଦୁଇ ଶ୍ରମିକ ହେଲେ, ଏସକେ ଅବଦୁଲ ଏବଂ ଶିଶିର ଦତ୍ତ । […] The post ଭୁବନେଶ୍ବର ଲିଙ୍ଗରାଜବିହାରରେ ଭୁଶୁଡ଼ିଲା କୋଠା: ଜଣେ ମୃତ, ୨ ଶ୍ରମିକ ଗୁରୁତର appeared first on KNews Odisha.

ଭୁବନେଶ୍ବର ଲିଙ୍ଗରାଜବିହାରରେ ଭୁଶୁଡ଼ିଲା କୋଠା: ଜଣେ ମୃତ, ୨ ଶ୍ରମିକ ଗୁରୁତର
Building-collapses-in-Bhubaneswar

ଭୁବନେଶ୍ବର: ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ । କୋଠା ଭୁଶୁଡ଼ି ପଡିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ଧରଣୀଧର ଦତ୍ତ । ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ । ସେହିଭଳି ଆହତ ଦୁଇ ଶ୍ରମିକ ହେଲେ, ଏସକେ ଅବଦୁଲ ଏବଂ ଶିଶିର ଦତ୍ତ ।

ସୂଚନା ଅନୁସାରେ ଏକ ପୁରୁଣା ଘର ଭାଙ୍ଗିବା ପାଇଁ ୭-୮ ଜଣ ଶ୍ରମିକ ନିୟୋଜିତ ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷ୍ୟଦର୍ଶୀ । ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘର ଭାଙ୍ଗିବା ବେଳେ ଲେବର୍ ନିୟମ ପାଳନ କରାଯାଇନଥିଲା । ହେଲମେଟ ସହିତ ଜୋତା ପିନ୍ଧି ନଥିଲେ ଶ୍ରମିକ । ଅବହେଳା ପାଇଁ ଠିକାଦାର ଓ ଘର ମାଲିକଙ୍କ ବିରୋଧର କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜଏଣ୍ଟ ଲେବର କମିଶନ ।

 

ଆହୁରି ପଢ଼ନ୍ତୁ : ପାଇଖାନା ଟାଙ୍କିରେ ପୁଣି ଗଲା ୪ ଜୀବନ, ଫଲ୍ସ ଖସି ପଡ଼ିବାରୁ ମୃତ୍ୟୁ

 

The post ଭୁବନେଶ୍ବର ଲିଙ୍ଗରାଜବିହାରରେ ଭୁଶୁଡ଼ିଲା କୋଠା: ଜଣେ ମୃତ, ୨ ଶ୍ରମିକ ଗୁରୁତର appeared first on KNews Odisha.