ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ, ଟ୍ରାଫିକ ବ୍ୟବସ୍ଥାକୁ କରିବ ସହଜ

ଭୁବନେଶ୍ବର : ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ । ସହରରେ ଜନସଂଖ୍ୟା ବଢୁଥିବାରୁ ଆବଶ୍ୟକତା ପୂରଣ ପାଇଁ ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ ଭୁବନେଶ୍ବରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଂ ରୋଡ ନିର୍ମାଣ ପାଇଁ ଯୋଜନା କରାଯାଇଛି । ପୂର୍ତ୍ତ ବିଭାଗ ଏବଂ ଗୃହ […] The post ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ, ଟ୍ରାଫିକ ବ୍ୟବସ୍ଥାକୁ କରିବ ସହଜ appeared first on KNews Odisha.

ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ, ଟ୍ରାଫିକ ବ୍ୟବସ୍ଥାକୁ କରିବ ସହଜ
cm

ଭୁବନେଶ୍ବର : ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ । ସହରରେ ଜନସଂଖ୍ୟା ବଢୁଥିବାରୁ ଆବଶ୍ୟକତା ପୂରଣ ପାଇଁ ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ ଭୁବନେଶ୍ବରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଂ ରୋଡ ନିର୍ମାଣ ପାଇଁ ଯୋଜନା କରାଯାଇଛି ।

ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ପ୍ରେଜେଣ୍ଟଟେସନ ରଖାଯାଇଥିଲା । ଏଥିରେ ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକ ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଂରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍ ଷ୍ଟିଚ୍ୟୁଟ ଅଫ ମାଥମେଟିକ୍ ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା ମଧ୍ୟରେ ଆଉ ଏକ ROB, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର ପକ୍ଷରୁ ପ୍ରସ୍ତାବିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ଇକୋନୋମିକ୍ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ବର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା।

The post ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ, ଟ୍ରାଫିକ ବ୍ୟବସ୍ଥାକୁ କରିବ ସହଜ appeared first on KNews Odisha.