ଭୁବନେଶ୍ୱରର ୧୦ଟି ସ୍ଥାନରେ ରାବଣପୋଡି: ଜାଣନ୍ତୁ କେଉଁଠି କେଉଁଠି 

ଭୁବନେଶ୍ୱର,୧୩।୧୦: ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ରାବଣପୋଡି ହେବ। ୧୦ଟି ମଣ୍ଡପକୁ ରାବଣପୋଡ଼ି  ପାଇଁ ଅନୁମତି ମିଳିଛି। କମିଶନରେଟ ପୋଲିସ ପକ୍ଷରୁ ଏହି  ସୂଚନା ଦିଆଯାଇଛି। କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି ଯେ,  ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ ରାବଣପୋଡି ହେବ। ଏଥିପାଇଁ ସମସ୍ତ […] The post ଭୁବନେଶ୍ୱରର ୧୦ଟି ସ୍ଥାନରେ ରାବଣପୋଡି: ଜାଣନ୍ତୁ କେଉଁଠି କେଉଁଠି  appeared first on Dharitri Odia News.

ଭୁବନେଶ୍ୱରର ୧୦ଟି ସ୍ଥାନରେ ରାବଣପୋଡି: ଜାଣନ୍ତୁ କେଉଁଠି କେଉଁଠି 
ଭୁବନେଶ୍ୱର,୧୩।୧୦: ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ରାବଣପୋଡି ହେବ। ୧୦ଟି ମଣ୍ଡପକୁ ରାବଣପୋଡ଼ି  ପାଇଁ ଅନୁମତି ମିଳିଛି। କମିଶନରେଟ ପୋଲିସ ପକ୍ଷରୁ ଏହି  ସୂଚନା ଦିଆଯାଇଛି।
କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି ଯେ,  ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ ରାବଣପୋଡି ହେବ।
ଏଥିପାଇଁ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାବଣ ପୋଡ଼ି ଦେଖିବାକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ ଉକ୍ତ ସମୟରେ କାର୍ଯ୍ୟକ୍ରମ ସ୍ଥାନଠାରୁ ୧୦୦ ମିଟର ଦୂରରେ ରହି  ଦେଖିବାକୁ  ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି।

The post ଭୁବନେଶ୍ୱରର ୧୦ଟି ସ୍ଥାନରେ ରାବଣପୋଡି: ଜାଣନ୍ତୁ କେଉଁଠି କେଉଁଠି  appeared first on Dharitri Odia News.