ଭୁବନେଶ୍ୱରରେ ଟିଟିଏସ୍ର ନୂତନ ଶାଖା
ଭୁବନେଶ୍ୱର,୨୦।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ବିକାଶର ଅଗ୍ରଣୀ ସେବା ପ୍ରଦାନକାରୀ ‘ଟୋଟାଲ୍ ଟେକ୍ନୋଲୋଜି ସିଷ୍ଟମ’ (ଟିଟିଏସ)ର ନୂତନ ଶାଖା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷ କରି ଉଚ୍ଚ-ବୈଷୟିକ ତାଲିମ ସୁବିଧା ପାଇଁ ଏହି ସେଣ୍ଟର ଆଜିର ଯୁବପିଢିଙ୍କୁ ବେଶ ସହାୟକ ହେବ। ଏପରିକି ସଫ୍ଟୱେର୍ ବିକାଶ, ଏଆଇ/ଏମଏଲ, କମ୍ପ୍ୟୁଟର ଭିଜନ, ଡାଟା ସାଇନ୍ସ, ଟେଷ୍ଟିଂ ଏବଂ ଅଟୋମେଶନ୍, ସାଇବର ସିକ୍ୟୁରିଟି, କ୍ଲାଉଡ୍ ଆଣ୍ଡ ଡିଭପ୍ସ ଓ ଅନ୍ୟାନ୍ୟ କ୍ଷେତ୍ରରେ […] The post ଭୁବନେଶ୍ୱରରେ ଟିଟିଏସ୍ର ନୂତନ ଶାଖା appeared first on Dharitri Odia News.
ଭୁବନେଶ୍ୱର,୨୦।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ବିକାଶର ଅଗ୍ରଣୀ ସେବା ପ୍ରଦାନକାରୀ ‘ଟୋଟାଲ୍ ଟେକ୍ନୋଲୋଜି ସିଷ୍ଟମ’ (ଟିଟିଏସ)ର ନୂତନ ଶାଖା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷ କରି ଉଚ୍ଚ-ବୈଷୟିକ ତାଲିମ ସୁବିଧା ପାଇଁ ଏହି ସେଣ୍ଟର ଆଜିର ଯୁବପିଢିଙ୍କୁ ବେଶ ସହାୟକ ହେବ। ଏପରିକି ସଫ୍ଟୱେର୍ ବିକାଶ, ଏଆଇ/ଏମଏଲ, କମ୍ପ୍ୟୁଟର ଭିଜନ, ଡାଟା ସାଇନ୍ସ, ଟେଷ୍ଟିଂ ଏବଂ ଅଟୋମେଶନ୍, ସାଇବର ସିକ୍ୟୁରିଟି, କ୍ଲାଉଡ୍ ଆଣ୍ଡ ଡିଭପ୍ସ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ନୂତନ କେନ୍ଦ୍ର ଅତ୍ୟାଧୁନିକ ପାଠ୍ୟକ୍ରମ ପ୍ରଦାନ କରିବ। ଯାହା ଆଜିର ଛାତ୍ରଗୋଷ୍ଠୀଙ୍କୁ ଆଗକୁ ନେବାରେ ବେଶ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ସୋମବାର ଆୟୋଜିତ ଉଦଘାଟନୀ ଉତ୍ସବରେ ଓଡିଶା ସରକାରଙ୍କ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ପୂର୍ବତନ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲାବେଳେ ଟୋଟାଲ୍ ଟେକ୍ନୋଲୋଜି ସିଷ୍ଟମର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କମ୍ପାନୀର ସିଇଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
The post ଭୁବନେଶ୍ୱରରେ ଟିଟିଏସ୍ର ନୂତନ ଶାଖା appeared first on Dharitri Odia News.