ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର
ଭୁବନେଶ୍ବର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ICUରେ ଚିକିତ୍ସା ଚାଲିଥିବା ନେଇ ସୂଚନା । ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା ସେ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ପରେ, ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଶୁଆରୋଗ୍ୟର କାମନା କରିଛନ୍ତି। […]

ଭୁବନେଶ୍ବର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ICUରେ ଚିକିତ୍ସା ଚାଲିଥିବା ନେଇ ସୂଚନା । ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା ସେ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ପରେ, ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଶୁଆରୋଗ୍ୟର କାମନା କରିଛନ୍ତି। ।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ନାମରେ ଆଜି ପର୍ଯ୍ୟନ୍ତ ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ରହିଛି। ସେ ୩୦ଟି ବଙ୍ଗଳା ଚଳଚ୍ଚିତ୍ର ଏବଂ ହିନ୍ଦୀ ଚଳଚ୍ଚିତ୍ର ନୟା ଜାହେରରେ ଅଭିନୟ କରିଛନ୍ତି। ଓଡ଼ିଶାର ବାରିପଦାରେ ତାଙ୍କର ଜନ୍ମଗ୍ରହଣ। କଲେଜ ସମୟରୁ ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ।
ସେ ଶ୍ରେଷ୍ଠ ଅଭିନେତା ଭାବରେ ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ଏବଂ ଅନେକ ପୁରସ୍କାର ଜିତିଛନ୍ତି। ଅନେକ ସମାଜ ଏବଂ ପ୍ରତିଷ୍ଠାନ ତାଙ୍କୁ ଓଲିଉଡ୍ ସିନେମାର ଏକ ଜୀବନ୍ତ କିମ୍ବଦନ୍ତୀ ଭାବରେ ସମ୍ମାନିତ କରିଛନ୍ତି।