ଲାଲୁଙ୍କ ସହ ସାକ୍ଷାତକାରର ଭିଡିଓ ଭାଇରାଲ ଭିତରେ ନୀତିଶ କୁମାର କଲେ ବଡ଼ ଘୋଷଣା, କହିଲେ ଭୁଲ ହୋଇ ଯାଇଛି…
ପାଟନା,୬।୯: ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସେହି ବୈଠକର ଯେତେବେଳ ସିଏମ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହ ହସିହସି ସାକ୍ଷାତ କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୀତୀଶ କୁମାର ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ବିହାର ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ପାଟନାରେ ଇନ୍ଦିରା […] The post ଲାଲୁଙ୍କ ସହ ସାକ୍ଷାତକାରର ଭିଡିଓ ଭାଇରାଲ ଭିତରେ ନୀତିଶ କୁମାର କଲେ ବଡ଼ ଘୋଷଣା, କହିଲେ ଭୁଲ ହୋଇ ଯାଇଛି… appeared first on Dharitri Odia News.
ପାଟନା,୬।୯: ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସେହି ବୈଠକର ଯେତେବେଳ ସିଏମ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହ ହସିହସି ସାକ୍ଷାତ କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୀତୀଶ କୁମାର ବଡ଼ ଘୋଷଣା କରିଛନ୍ତି।
ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ବିହାର ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ପାଟନାରେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍ଘାଟନ କରୁଛନ୍ତି। ତେବେ ଯେତେବେଳେ ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କ ଭିଡିଓ ସାମ୍ନାକୁ ଆସିଛି ସେତେବେଳେ ବିହାର ରାଜନୀତିରେ ପୁଣି ଥରେ ହଲଚଲ ଦେଖିବାକୁ ମିଳିଛି। ଲୋକମାନେ ଏହି ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି।
ଏହି ଭିଡିଓଟି ଦୁଇ ବର୍ଷ ପୁରୁଣା। ଯେତେବେଳେ ନୀତୀଶ କୁମାର ଆରଜେଡି ସହଯୋଗରେ ସରକାର ଚଳାଉଥିଲେ ସେ ତାଙ୍କୁ ଭେଟିବା ପାଇଁ ଲାଲୁଙ୍କୁ ବାସଭବନରେ ପହଞ୍ଚିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୀତୀଶ କୁମାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନାଡାଙ୍କ ସାମ୍ନାରେ ଏକ ବଡ଼ ଘୋଷଣା କରିଛନ୍ତି।
ନୀତୀଶ କୁମାର ଲାଲୁ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପୂର୍ବରୁ ସେ କଣ କରିଥିଲେ, କର ନ କରୁଥିଲେ ଏହାକୁ ଗଣମାଧ୍ୟମରେ ଖୁବ୍ ଟେଲିକାଷ୍ଟ ଯାଉଥିଲା। ପାଟନା ହେଉ କି ଦିଲ୍ଲୀର ଖବରକାଗଜରେ ବ୍ୟାପକ ଭାବରେ ଛପା ଯାଉଥିଲା । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କ ସାମ୍ନାରେ ନୀତୀଶ କୁମାର କହିଛନ୍ତି ଯେ, ସେ ଆଉ ଏପାଖ ସେପାଖ କରିବେ ନାହିଁ। ଭୁଲରେ ସେ ଦୁଇଥର ପଳାଇଥିଲେ। ବର୍ତ୍ତମାନ ଯିବେ ନାହିଁ। ଦୁଇଥର RJD ସହିତ ଯାଇ ଭୁଲ କରିଛନ୍ତି।
The post ଲାଲୁଙ୍କ ସହ ସାକ୍ଷାତକାରର ଭିଡିଓ ଭାଇରାଲ ଭିତରେ ନୀତିଶ କୁମାର କଲେ ବଡ଼ ଘୋଷଣା, କହିଲେ ଭୁଲ ହୋଇ ଯାଇଛି… appeared first on Dharitri Odia News.