ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ଜମନକିରା : ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଘାସିରାମ ବାରିକ ଅଧ୍ୟକ୍ଷତାରେ ଯୁକ୍ତ୨ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ଶ୍ରୀ ବାରିକ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରିତା ବିଷୟରେ ମତବ୍ୟକ୍ତ କରିଥିଲେ। ତାଲିମ ଶିବିର ଦାୟିତ୍ବରେ ଥିବା ଅଧ୍ୟାପିକା ଅନିତା ପଟେଲ ଅତିଥୀ ପରିଚୟ,ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ଏହା […] The post ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ appeared first on Odisha.News.

ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ଜମନକିରା : ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଘାସିରାମ ବାରିକ ଅଧ୍ୟକ୍ଷତାରେ ଯୁକ୍ତ୨ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ଶ୍ରୀ ବାରିକ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରିତା ବିଷୟରେ ମତବ୍ୟକ୍ତ କରିଥିଲେ। ତାଲିମ ଶିବିର ଦାୟିତ୍ବରେ ଥିବା ଅଧ୍ୟାପିକା ଅନିତା ପଟେଲ ଅତିଥୀ ପରିଚୟ,ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ଏହା ଆଠ ଦିନ ଧରି ଅନୁଷ୍ଠିତ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ପିଇଟି ଦେବେନ୍ଦ୍ର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମାଷ୍ଟର ଟ୍ରେନର ସୁଜାତା ଭୁଏ ଉପସ୍ଥିତ ଥିଲେ। ଏହି ଶିବିରରେ ଯୁକ୍ତ୨ ଶ୍ରେଣୀର ମୋଟ ୬୦ ଜଣ ଛାତ୍ରୀମାନେ ତାଲିମ ଗ୍ରହଣ କରିବେ ବୋଲି କଲେଜ ତରଫରୁ ଜଣାପଡିଛି। ଜନ୍ମେଜୟ କୁମୁରା ସହଯୋଗ କରିଥିବା ବେଳେ ଶେଷରେ ସୁବାସିନି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

The post ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ appeared first on Odisha.News.