ଭୋଟ ବର୍ଜନ କଲେ ଅଞ୍ଚଳବାସୀ
ମୋହନା,୧୪/୫(ମନ୍ମଥ ମିଶ୍ର):ସାଧାରଣ ନିର୍ବାଚନ ପାଇଁ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ୨୯୭ଟି ଭୋଟ କେନ୍ଦ୍ରରେ ଲୋକେ ନିଜର ବହୁ ମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି। କିନ୍ତୁ ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କେନ୍ଦୁପଦା ଗ୍ରାମର ଉଜିଗିଜି ୪୦ ନମ୍ବର୍ ବୁଥରେ ଅଞ୍ଚଳବାସୀ ଭୋଟ ବର୍ଜନ କରିଛନ୍ତି। ଗାଁ ରେ ପ୍ରାୟ ୩୦୦ରୁ ଊଦ୍ଧର୍ବ ଭୋଟର୍ ରହିଥିବା ବେଳେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଗଁାରେ […] The post ଭୋଟ ବର୍ଜନ କଲେ ଅଞ୍ଚଳବାସୀ appeared first on Dharitri Odia News.
ମୋହନା,୧୪/୫(ମନ୍ମଥ ମିଶ୍ର):ସାଧାରଣ ନିର୍ବାଚନ ପାଇଁ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ୨୯୭ଟି ଭୋଟ କେନ୍ଦ୍ରରେ ଲୋକେ ନିଜର ବହୁ ମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି। କିନ୍ତୁ ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କେନ୍ଦୁପଦା ଗ୍ରାମର ଉଜିଗିଜି ୪୦ ନମ୍ବର୍ ବୁଥରେ ଅଞ୍ଚଳବାସୀ ଭୋଟ ବର୍ଜନ କରିଛନ୍ତି। ଗାଁ ରେ ପ୍ରାୟ ୩୦୦ରୁ ଊଦ୍ଧର୍ବ ଭୋଟର୍ ରହିଥିବା ବେଳେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଗଁାରେ ନେଟୱାର୍କ ଓ ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। କିନ୍ତୁ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଫଳରେ ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ମୋହନା ବ୍ଲକ୍ ମଲାସପଦର ପଞ୍ଚାୟତ ଜାମଲିଂ ଗାଁ ରେ ଥିବା ୨୧ ନମ୍ବର ବୁଥରେ ୬ ଖଣ୍ଡ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ବୁଥ ଖାଁ ଖାଁ ପଡ଼ିଥିଲା। ସକାଳ ସମୟରେ ମାତ୍ର ୨୬ ଜଣ ଭୋଟ ଦେଇଛନ୍ତି। ପରେ ସମୂହ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ଗାଁ ମୁହଁରେ ଭୋଟ ବର୍ଜନ ପୋଷ୍ଟର ଲଗାଇ ବୁଥ କେନ୍ଦ୍ର ନିକଟରେ ଭୋଟ ବର୍ଜନ କରି ଡ଼ହ ଡହ ଖରାରେ ବସିଥିଲେ ମହିଳା ଓ ପୁରୁଷ। ୬ ଖଣ୍ଡ ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ନାହିଁ, ଅଞ୍ଚଳରେ ନେଟୱାର୍କ ନାହିଁ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ସମସ୍ୟା ନେଇ ଆଗରୁ ଅଞ୍ଚଳବାସୀ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସିଥିଲେ ସୁଦ୍ଧା ସମସ୍ୟା ସମାଧାନ ହୋଇନାହିଁ। ଫଳରେ ବାଧ୍ୟ ହୋଇ ସୋମବାର ୬ ଖଣ୍ଡ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ମୁତୟନ ଥିବା ବେଳେ ଗ୍ରାମବାସୀ ଭୋଟ ବର୍ଜନ କରି ଖରାରେ ଧାରଣାରେ ବସି ରହିଥିଲେ।
The post ଭୋଟ ବର୍ଜନ କଲେ ଅଞ୍ଚଳବାସୀ appeared first on Dharitri Odia News.