ମଣିପୁରରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଅସ୍ତ୍ରଶସ୍ତ୍ର ସହିତ ୧୬ ଆତଙ୍କବାଦୀ ଗିରଫ
ଇମ୍ଫାଲ ୨୦।୪: ମଣିପୁରରେ ଗତ ୪୮ ଘଣ୍ଟାରେ କେତେକ ପ୍ରତିବନ୍ଧିତ ସଙ୍ଗଠନର ମୋଟ ୧୬ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଜନୈକ ବରିଷ୍ଠ ପୋଲିସ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟର ୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶନିବାର ଇଷ୍ଟ ଇମ୍ଫାଲ ନାପେଟପଲ୍ଲୀ ଏଣ୍ଡ୍ରୋ ରୋଡରୁ ଗିରଫ କରାଯାଇଛି। ଗିରଫ ବେଳେ ସେମାନେ ଜୋର ଜବରଦସ୍ତ ଅସୁଲିରେ ଲିପ୍ତ ଥିଲେ। ଏହା ପୂର୍ବରୁ ଶୁକ୍ରବାର ପୂର୍ବ ଇମ୍ଫାଲରୁ ନିଷିଦ୍ଧ ପିଆରଓ ସଙ୍ଗଠନର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ନିଷିଦ୍ଧ କାଙ୍ଗଲେଇ ୟାଭୋଲ କନ୍ନା ଲୁପ (କେୱାଇକେଏଲ)ର କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ୟୁନାଇଟେଡ ପ୍ୟୁପିଲସ ପାର୍ଟି ଅଫ କାଙ୍ଗଲୀପାକ୍ (ୟୁପିପିକେ)ର ଜନୈକ କାର୍ଯ୍ୟକର୍ତ୍ତା ମଧ୍ୟ ଗିରଫ ହୋଇଥିଲେ। ଏହା ଛଡା ମଣିପୁର ପୋଲିସ ରବିବାର ମଧ୍ୟାହ୍ନରେ ଦେଇଥିବା ସୂଚନା ଅନୁସାରେ ନିଷିଦ୍ଧ କାଙ୍ଗଲୀପାକ୍ କମ୍ୟୁନିଷ୍ଟ ପାର୍ଟି (ପ୍ୟୁପିଲସ ୱାରଗ୍ରୁପ) ର ୭ ଜଣ ଆତଙ୍କବାଦୀଙ୍କୁ ଥୌବଲ ଜିଲ୍ଲାର ହେରିକ ପାର୍ଟ-୩ରୁ ଗିରଫ କରାଯାଇଥିଲା। ଏମାନଙ୍କୁ କମାଣ୍ଡୋ ଟିମ୍ ଓ ସିଆରପିଏଫ ୟୁନିଟ ଦ୍ୱାରା ମଧ୍ୟରାତ୍ରରେ ଚଳାଯାଇଥିବା ଅପରେସନରେ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ଗିରଫ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ମେ ୨୦୨୩ରେ ଜାତିବ
ଇମ୍ଫାଲ ୨୦।୪: ମଣିପୁରରେ ଗତ ୪୮ ଘଣ୍ଟାରେ କେତେକ ପ୍ରତିବନ୍ଧିତ ସଙ୍ଗଠନର ମୋଟ ୧୬ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଜନୈକ ବରିଷ୍ଠ ପୋଲିସ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟର ୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶନିବାର ଇଷ୍ଟ ଇମ୍ଫାଲ ନାପେଟପଲ୍ଲୀ ଏଣ୍ଡ୍ରୋ ରୋଡରୁ ଗିରଫ କରାଯାଇଛି। ଗିରଫ ବେଳେ ସେମାନେ ଜୋର ଜବରଦସ୍ତ ଅସୁଲିରେ ଲିପ୍ତ ଥିଲେ।
ଏହା ପୂର୍ବରୁ ଶୁକ୍ରବାର ପୂର୍ବ ଇମ୍ଫାଲରୁ ନିଷିଦ୍ଧ ପିଆରଓ ସଙ୍ଗଠନର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ନିଷିଦ୍ଧ କାଙ୍ଗଲେଇ ୟାଭୋଲ କନ୍ନା ଲୁପ (କେୱାଇକେଏଲ)ର କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ୟୁନାଇଟେଡ ପ୍ୟୁପିଲସ ପାର୍ଟି ଅଫ କାଙ୍ଗଲୀପାକ୍ (ୟୁପିପିକେ)ର ଜନୈକ କାର୍ଯ୍ୟକର୍ତ୍ତା ମଧ୍ୟ ଗିରଫ ହୋଇଥିଲେ। ଏହା ଛଡା ମଣିପୁର ପୋଲିସ ରବିବାର ମଧ୍ୟାହ୍ନରେ ଦେଇଥିବା ସୂଚନା ଅନୁସାରେ ନିଷିଦ୍ଧ କାଙ୍ଗଲୀପାକ୍ କମ୍ୟୁନିଷ୍ଟ ପାର୍ଟି (ପ୍ୟୁପିଲସ ୱାରଗ୍ରୁପ) ର ୭ ଜଣ ଆତଙ୍କବାଦୀଙ୍କୁ ଥୌବଲ ଜିଲ୍ଲାର ହେରିକ ପାର୍ଟ-୩ରୁ ଗିରଫ କରାଯାଇଥିଲା। ଏମାନଙ୍କୁ କମାଣ୍ଡୋ ଟିମ୍ ଓ ସିଆରପିଏଫ ୟୁନିଟ ଦ୍ୱାରା ମଧ୍ୟରାତ୍ରରେ ଚଳାଯାଇଥିବା ଅପରେସନରେ ଗିରଫ କରାଯାଇଥିଲା।
ପୋଲିସ କହିଛି ଯେ ଗିରଫ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ମେ ୨୦୨୩ରେ ଜାତିବାଦ ହିଂସା ଉପୁଜିବା ପରେ ପୋଲିସ ଓ ସୁରକ୍ଷା ବଳ ସମଗ୍ର ମଣିପୁରରେ ତଲାସୀ ଅଭିଯାନ ଚଳାଇଛନ୍ତି। ଜାତିଗତ ଦଙ୍ଗାରେ ମେଇତି ଓ କୁକି ସମ୍ପ୍ରଦାୟର ୨୫୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଏହି ଦଙ୍ଗାରେ ରାଜ୍ୟର ହଜାର ହଜାର ଲୋକେ ବାସହରା ହୋଇ ସରକାରୀ ରିଲିଫ କ୍ୟାମ୍ପମାନଙ୍କରେ ଅବସ୍ଥାନ କରୁଛନ୍ତି।