ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଅସମାହିତ ହୋଇ ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଯାଉନାହିଁ। କେତେବେଳେ ଟୋକନ କଟକଣା ତ ଆଉ କେବେ ଧାନର ଗୁଣମାନ ଆଳ କରାଯାଉଛି। ଅନ୍ୟପଟେ କଟନୀଛଟନୀରେ ରାଜି ହେଲେ ମଣ୍ଡିରୁ ଧାନ ଉଠାଯାଉଛି। ତେବେ ବହୁ ପରିମାଣର ଧାନ ମଣ୍ଡିକୁ ନ ଆସି ସିଧାସଳଖ କେତେକ ରାଇସ୍‌ ମିଲକୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳିସ୍ଥଳେ ଧାନର ସର୍ବନିମ୍ନ ସହାୟକ […] The post ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ appeared first on Dharitri Odia News.

ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଅସମାହିତ ହୋଇ ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଯାଉନାହିଁ। କେତେବେଳେ ଟୋକନ କଟକଣା ତ ଆଉ କେବେ ଧାନର ଗୁଣମାନ ଆଳ କରାଯାଉଛି। ଅନ୍ୟପଟେ କଟନୀଛଟନୀରେ ରାଜି ହେଲେ ମଣ୍ଡିରୁ ଧାନ ଉଠାଯାଉଛି। ତେବେ ବହୁ ପରିମାଣର ଧାନ ମଣ୍ଡିକୁ ନ ଆସି ସିଧାସଳଖ କେତେକ ରାଇସ୍‌ ମିଲକୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳିସ୍ଥଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ରାଜ୍ୟ ସରକାରଙ୍କ ଘୋଷିତ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ପାଇବା ଆଶାରେ ମଣ୍ଡିକୁ ଧାନ ଧରି ଆସୁଥିବା ଚାଷୀଙ୍କ ଧାନ ଉଠାଯାଉ ନ ଥିବାରୁ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଧାନ ଉଠାଣରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଜିଲାର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଗତ ଶୁକ୍ରବାରଠାରୁ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସେହିପରି ସୋମବାର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ମଧ୍ୟ ଧାରଣାକୁ ଓହ୍ଲାଇଥିଲା। ଉକ୍ତ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟର ଉତ୍ତର ଦିଗ ପାର୍ଶ୍ୱସ୍ଥ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବାବେଳେ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଦକ୍ଷିଣ ପାର୍ଶ୍ୱସ୍ଥ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ଫଳରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଜୟ କିଷାନ ଆନ୍ଦୋଳନ ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆଙ୍କ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କଟନୀଛଟନୀକୁ ବିରୋଧ କଲେ ଧାନ ଉଠୁନାହିଁ ଏବଂ ମଣ୍ଡି ଗୁଡ଼ିକରେ ମିଲର୍ସ ଏବଂ ସେମାନଙ୍କ ଦଲାଲଙ୍କ ଦାଦାଗିରି ବଢ଼ି ଚାଲିଥିବା ସେମାନେ ଅଭିଯୋଗ କରିଥିଲେ। ଏପରିକି ଏ ନେଇ ଜିଲାପାଳ ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ପ୍ରତିବାଦରେ ସେମାନେ ଧାରଣାକୁ ଓହ୍ଲାଇଥିବା କହିଥିଲେ। ସୋହେଲା ବ୍ଲକର ପାଣିମୋରା ମଣ୍ଡିରେ ୧୪ହଜାର, ଭେଡ଼େନ ବ୍ଲକ ତେନ୍ତୁଲିଟିକ୍ରା ମଣ୍ଡିରେ ୨୦ହଜାର, ଭଟଲି ବ୍ଲକ ସୁଲୁସୁଲିଆ ମଣ୍ଡିରେ ୫୯୦ ଏବଂ ବରଗଡ଼ ବ୍ଲକ ତାଳଶ୍ରୀଗିଡ଼ା ମଣ୍ଡିରେ ୧୫ହଜାର ଧାନ ବିକ୍ରି ଅପେକ୍ଷାରେ ରହିଥିବା ସତ୍ତ୍ୱେ ସେହି ଧାନ ଉଠାଯାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ ଧାରଣାସ୍ଥଳକୁ ପହଞ୍ଚତ୍ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆଗାମୀ ୨ଦିନ ମଧ୍ୟରେ ସମସ୍ତ ଧାନ ଉଠାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ଧାରଣାରେ ବୃନ୍ଦାବନ ନାୟକ, ଅଚ୍ୟୁତ କର୍ମୀ, ସିଲିଂ ସାହୁ, ତପୋବନ୍ତ ନାୟକ, ବିଜୟ ପ୍ରଧାନଙ୍କ ସମେତ ଅନେକ ଚାଷୀ ସାମିଲ ହୋଇଥିଲେ।
ସେହିପରି ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଲିଥିବା ଧାରଣାରେ ସଙ୍ଗଠନର ଉପଦେଷ୍ଟା ଉପତ୍ନ୍ନ କୁମାର ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ। ଯେଉଁ ମଣ୍ଡିରେ ଦଲାଲମାନେ ସକ୍ରିୟ ଅଛନ୍ତି, ସେଠାରୁ କଟନୀଛଟନୀରେ ଧାନ ଉଠୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯେଉଁ ଚାଷୀମାନେ କଟନୀଛଟନୀରେ ରାଜି ନ ହେଲେ ସେମାନଙ୍କ ଧାନ ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଛି। ଏଭଳି ଭାବେ ଅମ୍ବାଭୋନା ବ୍ଲକର ବରା, ବରପାଲି ବ୍ଲକର କୁମ୍ଭାରୀ, ତୁଲଣ୍ଡି, ଆଗଲପୁର, ସତଲମା, ଭେଡ଼େନ ବ୍ଲକର ସିଂହେନପାଲି, ହାତୀପାଲି, ରେଶମ, ପଧାନପାଲି, ସାହ୍ଲେପାଲି, ଅରେଇଗୁଡ଼ି, ବସେକେଲା, ତେନ୍ତୁଲିଟିକ୍ରା, ଭେଡ଼େନ, ଚିଚିଣ୍ଡା, କୁବେଡ଼େଗା, ସହରାଟିକ୍ରା ଆଦି ମଣ୍ଡିରେ ବହୁ ପରିମାଣର ଧାନ ପଡିରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେବଳ ଏହି ମଣ୍ଡି ନୁହେଁ, ଆହୁରି ଅନେକ ମଣ୍ଡିରେ ଧାନ ପଡ଼ି ରହିଛି। ମଣ୍ଡିରେ ପଡ଼ି ରହିଥିବା ସବୁ ଧାନ ଉଠା ନ ଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ର ଚେତାବନୀ ଦେଇଛନ୍ତି।

The post ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ appeared first on Dharitri Odia News.