ମଣ୍ଡିରୁ କଙ୍ଗନାଙ୍କ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ହାଇକୋର୍ଟ ମଣ୍ଡି ଲୋକସଭା ଆସନର ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ନୋଟିସ୍‌ କରିଛନ୍ତି। ମଣ୍ଡିରୁ କଙ୍ଗନାଙ୍କ ନିର୍ବାଚନକୁ ବିରୋଧ କରି ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ କୋର୍ଟ କଙ୍ଗନାଙ୍କୁ ନୋଟିସ୍‌ କରିଛନ୍ତି ଏବଂ ଅଗଷ୍ଟ ୨୧ ସୁଦ୍ଧା ଏହି ମାମଲାରେ ଜବାବ ମାଗିଛନ୍ତି। କିନ୍ନୌର ବାସିନ୍ଦା ଲାୟକ ରାମ ନେଗି ନାମକ ଜଣେ ବ୍ୟକ୍ତି ମଣ୍ଡିରୁ କଙ୍ଗନାଙ୍କ ନିର୍ବାଚନ ରଦ୍ଦ କରିବାପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ନେଗିଙ୍କ ଦାବି ଅନୁଯାୟୀ ସେ […]

ମଣ୍ଡିରୁ କଙ୍ଗନାଙ୍କ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ହାଇକୋର୍ଟ ମଣ୍ଡି ଲୋକସଭା ଆସନର ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ନୋଟିସ୍‌ କରିଛନ୍ତି। ମଣ୍ଡିରୁ କଙ୍ଗନାଙ୍କ ନିର୍ବାଚନକୁ ବିରୋଧ କରି ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ କୋର୍ଟ କଙ୍ଗନାଙ୍କୁ ନୋଟିସ୍‌ କରିଛନ୍ତି ଏବଂ ଅଗଷ୍ଟ ୨୧ ସୁଦ୍ଧା ଏହି ମାମଲାରେ ଜବାବ ମାଗିଛନ୍ତି। କିନ୍ନୌର ବାସିନ୍ଦା ଲାୟକ ରାମ ନେଗି ନାମକ ଜଣେ ବ୍ୟକ୍ତି ମଣ୍ଡିରୁ କଙ୍ଗନାଙ୍କ ନିର୍ବାଚନ ରଦ୍ଦ କରିବାପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ନେଗିଙ୍କ ଦାବି ଅନୁଯାୟୀ ସେ ମଣ୍ଡି ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ନାମାଙ୍କନକୁ ବେଆଇନ ଭାବେ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ମଧ୍ୟ ମଣ୍ଡି ରିଟର୍ଣ୍ଣିଂ ଅଫିସରଙ୍କୁ ଏହି ମାମଲାରେ ଜଣେ ପକ୍ଷ ରଖିଛନ୍ତି। ନେଗି କହିଛନ୍ତି, ବେଆଇନ ଭାବେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ କରାଯିବା ପରେ ଏହାଦ୍ବାରା ନିର୍ବାଚନ ଫଳ ପ୍ରଭାବିତ ହୋଇଛି। ତେଣୁ ସେ ମଣ୍ଡି ଆସନରେ ନିର୍ବାଚନ ରଦ୍ଦ କରିବାପାଇଁ ଚାହାନ୍ତି।