ମଦ ଜବତ, ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣ ପୁର ଗ୍ରାମର ଅଶୋକ ସାହୁଙ୍କୁ ଶୁକ୍ରବାର କେ.ନୂଆଗାଁ ଥାନା ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୬୧/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଅପରାହ୍ନ ରେ କେ.ନୂଆଗାଁ ଥାନା ଏଏସଆଇ ସିଏଚ. ତାରକେଶ୍ୱର ରାଓ ସଦଳବଳେ ଗୌଡ଼ ଗାଁ,ନୂଆପଡ଼ା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା […] The post ମଦ ଜବତ, ଅଭିଯୁକ୍ତ ଗଲେ ଜେଲ appeared first on Dharitri Odia News.
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣ ପୁର ଗ୍ରାମର ଅଶୋକ ସାହୁଙ୍କୁ ଶୁକ୍ରବାର କେ.ନୂଆଗାଁ ଥାନା ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୬୧/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଅପରାହ୍ନ ରେ କେ.ନୂଆଗାଁ ଥାନା ଏଏସଆଇ ସିଏଚ. ତାରକେଶ୍ୱର ରାଓ ସଦଳବଳେ ଗୌଡ଼ ଗାଁ,ନୂଆପଡ଼ା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ବେଆଇନ ଭାବେ ରନ୍ଧା ଦେଶୀମଦ ବିକ୍ରୀ ହେଉଥିବା ଖବର ପାଇ ଅତର୍କିତ ଚଢାଉ କରିଥିଲେ। ଅଶୋକ ଏବଂ ଅନ୍ୟଜଣେ ତାଙ୍କ ସହଯୋଗୀ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ବେଳେ ପୋଲିସ ଗାଡି ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେଠାରୁ ପୋଲିସ ଏଏସଆଇ ୩ ଟି ପ୍ଲାଷ୍ଟିକ ଜାରକିନରେ ଥିବା ୩୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରିବା ସହ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଦ୍ବୟ ଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ ଆଇ ଶୁକ୍ରବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
The post ମଦ ଜବତ, ଅଭିଯୁକ୍ତ ଗଲେ ଜେଲ appeared first on Dharitri Odia News.