ମାଓବାଦୀ କହି ମାଗୁଥିଲେ ଚାନ୍ଦା: ୨ ଯୁବକଙ୍କ ସହ ନାବାଳକଙ୍କୁ ଧରିଲା ପୋଲିସ
ରାୟଗଡ଼ା,୧୨।୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ନିୟମଗିରି ମାଓବାଦୀ ନାଁରେ ଧମକ ଦେଇ ଚାନ୍ଦା ମାଗୁଥିବା ୨ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଦୋରାଗୁଡ଼ା ପୋଲିସ ଗିରଫ କରିଛି। ପୋଲିସ ତଦନ୍ତ ବେଳେ ସମ୍ପୃକ୍ତ ୩ଜଣ ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ଜଣାପଡିଛି। ଗିରଫ ୨ଜଣ ଯୁବକ ହେଲେ କୁପାଖାଲ ଗ୍ରାମର ବିନୋଦ ବାଗ ଏବଂ ମାଳିଗୁଡ଼ା ଗ୍ରାମର ନରେଶ ନାଏକ । ଅନ୍ୟ ଜଣେ ନାବାଳକ ବୋଲି ପୋଲିସ କହିଛି। ମିଳିଥିବା ସୂଚନା ମୁତାବକ, […] The post ମାଓବାଦୀ କହି ମାଗୁଥିଲେ ଚାନ୍ଦା: ୨ ଯୁବକଙ୍କ ସହ ନାବାଳକଙ୍କୁ ଧରିଲା ପୋଲିସ appeared first on Dharitri Odia News.
ରାୟଗଡ଼ା,୧୨।୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ନିୟମଗିରି ମାଓବାଦୀ ନାଁରେ ଧମକ ଦେଇ ଚାନ୍ଦା ମାଗୁଥିବା ୨ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଦୋରାଗୁଡ଼ା ପୋଲିସ ଗିରଫ କରିଛି। ପୋଲିସ ତଦନ୍ତ ବେଳେ ସମ୍ପୃକ୍ତ ୩ଜଣ ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ଜଣାପଡିଛି। ଗିରଫ ୨ଜଣ ଯୁବକ ହେଲେ କୁପାଖାଲ ଗ୍ରାମର ବିନୋଦ ବାଗ ଏବଂ ମାଳିଗୁଡ଼ା ଗ୍ରାମର ନରେଶ ନାଏକ । ଅନ୍ୟ ଜଣେ ନାବାଳକ ବୋଲି ପୋଲିସ କହିଛି।
ମିଳିଥିବା ସୂଚନା ମୁତାବକ, ଦୋରାଗୁଡ଼ା ଥାନା ଅର୍ନ୍ତଗତ ହାତୀମୁଣ୍ଡା ଟିକିରି ଗ୍ରାମର ଚନ୍ଦ୍ରଶେଖର ବିଶୋଇଙ୍କୁ ଅଭିଯୁକ୍ତମାନେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଫୋନ କରି ୫୦ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଚନ୍ଦ୍ରଶେଖର ଦୋରାଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ଦୋରାଗୁଡ଼ା ଆଇଆଇସି କିରଣବାଳା ସାମଲ ଥାନାରେ ଏକ ମାମଲା(ନଂ.୮୮/୨୫) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ବିନୋଦ ଓ ନରେଶଙ୍କ ସହିତ ଜଣେ ନାବାଳକ ଘଟଣାରେ ସାମିଲ ଥିବା ଜଣାପଡିବା ପରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ପୋଲିସ ବିନୋଦ ଏବଂ ନରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି।
The post ମାଓବାଦୀ କହି ମାଗୁଥିଲେ ଚାନ୍ଦା: ୨ ଯୁବକଙ୍କ ସହ ନାବାଳକଙ୍କୁ ଧରିଲା ପୋଲିସ appeared first on Dharitri Odia News.